

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନାର ପ୍ରକୋପରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ମୁତାବକ କେହି ଯେପରି ଭୋକିଲା ନ ରହିବେ, ଏହାକୁ ଦୃଷ୍ଟିରେ ରଖି ଦେଶରେ ଲକଡାଉନ ଘୋଷଣା ହେବା ଦିନଠାରୁ ଭାରତୀୟ ଜନତା ପାର୍ଟି ତରଫରୁ ବ୍ରହ୍ମପୁରର ବିିଭିନ୍ନ ୱାର୍ଡ଼ ସ୍ତରରେ ଶୁଖିଲା ଖାଦ୍ୟ ଓ ମାସ୍କ ବଂଟନ କରାଯାଉଛି । ତେବେ ଟ୍ୟାକ୍ସି ଓ ଅଟୋ ଏହି ଲକଡାଉନ ସମୟରେ ବନ୍ଦ ରହିଥିବା ଯୋଗୁଁ ଅଟୋ ଓ ଟ୍ୟାକ୍ସି ଚାଳକମାନେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁରର ସର୍ବପୁରାତନ ପୁରୁଣା ବସଷ୍ଟାଣ୍ଡସ୍ଥିତ ଅଟୋ ଓ ଟ୍ୟାକ୍ସି ଚାଳକ ସଂଘର ସମସ୍ତ ସଦସ୍ୟଙ୍କୁ ବ୍ରହ୍ମପୁର ବିଜେପି ପକ୍ଷରୁ ମାସ୍କ ସହ ଚାଉଳ, ଡାଲି, ଅଟା,ତେଲ, ସୋୟାବିନ, ଚୁଡ଼ା, ଚିନି, ସେମିୟା ଓ ସାବୁନ ଭଳି ବିଭିନ୍ନ ଅତ୍ୟାବଶ୍ୟକୀୟ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା । ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି ରାସନ ସାମଗ୍ରୀ ବଂଟନର ଶୁଭାରମ୍ଭ କରିଥିଲେ । ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ପାଳନ କରି ପୁରୁଣା ବସଷ୍ଟାଣ୍ଡଠାରେ ରାସନ ସାମଗ୍ରୀ ବଂଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏନ.ରାଜେନ୍ଦ୍ର କୁମାର, ପ୍ରଭାତ କିରଣ ଷଡ଼ଙ୍ଗୀ, ସୁନିଲ କୁମାର ସାହୁ, ମଦନ ମୋହନ ପାତ୍ର, କିରଣ କୁମାର ସାହୁ ପ୍ରମୁଖ ବିଜେପି ନେତୃବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

