

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା ପ୍ରକୋପରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ପାଇଁ ଦେଶରେ ୪ର୍ଥ ପର୍ଯ୍ୟାୟ ଲକଡାଉନ ଚାଲିଥିବା ବେଳେ ଭାରତୀୟ ଜନତା ପାର୍ଟି ତରଫରୁ ଗରିବ ଓ ଅସହାୟ ପରିବାରକୁ ଚିହ୍ନଟ କରି ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଶୁଖିଲା ଖାଦ୍ୟ, ମାସ୍କ ସମେତ ଅତ୍ୟାବଶ୍ୟକୀୟ ରାସନ ସାମଗ୍ରୀ ବଣ୍ଟନ ପ୍ରକ୍ରିୟା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁର ମହାନଗରର ଗାନ୍ଧିନଗର ମଣ୍ଡଳ ୩୦ ନମ୍ବର ୱାର୍ଡ ଅନ୍ତର୍ଗତ ହିଲପାଟଣା ସ୍ଥିତ ପଣ୍ଡା କଲୋନୀ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ସରକାରୀ ସହାୟତାରୁ ବଞ୍ଚିତ ଗରିବ ଓ ଅସହାୟ ପରିବାରମାନଙ୍କୁ ଚାଉଳ, ଡାଲି, ଚିନି, ଚୂଡ଼ା ଭଳି ଅତ୍ୟାବଶ୍ୟକୀୟ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି ରାସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ମଣ୍ଡଳ ସଭାପତି ସତ୍ୟନାରାୟଣ ବସନ୍ତିଆ ଓ ରାଜଲକ୍ଷ୍ମୀ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ପାଳନ କରାଯାଇ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ କିରଣ ଷଡ଼ଙ୍ଗୀ, ସୁନୀଲ କୁମାର ସାହୁ, ଏନ. ରାଜେନ୍ଦ୍ର କୁମାର, ମଦନ ମୋହନ ପାତ୍ର, ସଞ୍ଜୟ କୁମାର ଚୌଧୁରୀ, କିରଣ କୁମାର ସାହୁ, ଆଲୋକ ଶତପଥୀ, ମଧୁସୂଦନ ସାହୁ, ଜଗଦୀଶ ପ୍ରଧାନ, ଚନ୍ଦନ କୁମାର ସାହୁ, ପି. ସତ୍ୟନାରାୟଣ ପ୍ରମୁଖ ବିଜେପି ନେତୃବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ବୋଲି ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପ୍ରାର୍ଥୀର ଉପସଭାପତି ସୁନୀଲ କୁମାର ସାହୁ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
