ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଜେପି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ନଗର ଛକ ଠାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସ୍ମୃତି ଚାରଣ କରାଯାଇଥିଲା । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଆହ୍ୱାନ କ୍ରମେ ଗୋପାଳପୁର ବେଳାଭୂମି ଠାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇ ବିଜେପି କର୍ମକର୍ତା ମାନେ ବେଳାଭୂମି ସଫେଇ କରିଥିଲେ । ଏଥିସହ ବେଳାଭୂମି ପରିସରରେ ପର୍ଯ୍ୟଟକଙ୍କ ପାଇଁ ଏକ ଅସ୍ଥାୟୀ ଶୌଚାଳୟର ମଧ୍ୟ ଶୁଭାରମ୍ଭ କରାଯାଇଥିଲା । ବେଳାଭୂମି ପରିସରରକୁ ସ୍ୱଚ୍ଛ ଓ ନିର୍ମଳ ରଖିଲେ ବହୁ ପର୍ଯ୍ୟଟକ ଏହି ପର୍ଯ୍ୟଟନ ସ୍ଥଳୀ ପ୍ରତି ଆକୃଷ୍ଟ ହୋଇ ଆସିବେ ବୋଲି ବ୍ରହ୍ମପୁର ବିଜେପିର ବରିଷ୍ଠ ନେତା ତଥା ବିଧାନ ସଭା ପ୍ରାର୍ଥୀ କାହ୍ନୁ ଚରଣ ପତି ମତ ରଖିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା