

ଆସିକା (ସମୃଦ୍ଧ ଓଡିଶା) ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେପି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସୁବେଣଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ବେଳେ ଆସିକା ପୂର୍ବତନ ବିଧାୟକ ଦେବରାଜ ମହାନ୍ତି ଓ ବରିଷ୍ଠ ବିଜେପି ନେତା ଅରୁଣ ପଣ୍ଡା ଯୋଗ ଦେଇଥିବା ବେଳେ ଆସିକା ଏନଏସିର ପୂର୍ବତନ କାଉନ୍ସିଲର ରବୀନ୍ଦ୍ର ପୋଲାଇଙ୍କ ସଂଯୋଜନାରେ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ । ପ୍ରତେକ ଜୋନରେ ଏହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ହୋଇଥିବା ବିଜେପିର ବିକାଶ, ବିଜେପିର ଆମର ଦାଇତ୍ୱ, ଭାରତର ବୈଚାରକ ମୁଖଧାରା-ଆମର ବିଚାର ଧାରା, ବ୍ୟକ୍ତିତ୍ୱ ବିକାଶ, ଗତ ଛଅ ବର୍ଷରେ ହୋଇଥିବା ଅନ୍ତଦୋୟିଙ୍କ ଯତ୍ନ ଏମିତି ଦଶ ଗୋଟିକୁ ନେଇ ବିଜେପି ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ପୂର୍ବତ୍ତନ ଏନଏସି ଅଧକ୍ଷା (ନାରୀ ନେତ୍ରୀ) ମଧୁସ୍ମିତା ପୋଲାଇ, ପୁର୍ବତନ କାଉନ୍ସିଲ୍ରର ରେଣୁ ବାଳା ରେଡି, ନାରାୟଣ ବେହେରା, ଦୁର୍ଗା ଚରଣ ପଟ୍ଟନାୟକ, ବିଦ୍ୟାନ୍ତ ଚର୍ଚ୍ଚି, ଟୁଲୁ ଜେନା, ପ୍ରଶାନ୍ତ କୁମାର ଚର୍ଚି, ରାମ ଚନ୍ଦ୍ର ଜେନା, ପ୍ରଫୁଲ୍ଲ ବିଶୋଇ, କବି ଚନ୍ଦ୍ର ମହାନ୍ତି, ଗିରିଜା ପ୍ରସାଦ ଦାସ, ଦେବ କାନ୍ତ ଶର୍ମା, ସରୋଜ ଭଞ୍ଜ, ଲିଲୁ ମୁନୀ, ଅଜିତ କୁମାର ନାୟକଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା