

ବ୍ରହ୍ମପୁର/ଚିକିଟି (ସମୃଦ୍ଧ ଓଡିଶା) ଚିକିଟି ନିର୍ବାଚନ ମଣ୍ଡଳୀର ବିଜେପି ଦଳ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ଆବାସ ଦୁର୍ନତି ବିରୋଧରେ ସ୍ୱର ଉଠାଇଲେ ମଣିଷ ମାରୁଛି ବିଜେଡି l ମାହାଙ୍ଗା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର ଓ ସମସ୍ତ ଅପରାଧୀଙ୍କୁ ଗିରଫ ଦାବିରେ ବିକ୍ଷୋଭ ପ୍ରଦାନ କରାଯାଇଛି l ଏହାସହ ବିଜେପି ଦଳର ନିର୍ଦେଶ କ୍ରମେ ଓଡିଶା ସାରା ଆଜି ଥାନା ଘେରାଉ କର୍ଯ୍ୟକ୍ରମ କରlଯାଇଥିଲା l ଆଜି ଚିକିଟି ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେପି କର୍ମୀ ରାଜ୍ୟ କlର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନଦ୍ୟାନ ସମନ୍ତରାଙ୍କ ଅଧକ୍ଷତାରେ କେ ନୂଆଗାଁ ମୁଖ୍ୟ ରାସ୍ତା ଠାରୁ ଏକ ରାଲି ବାହର କରି ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଓ ଆଇନ ମନ୍ତ୍ରୀଙ୍କ ବିରୁଦ୍ଧରେ ନରାବାଜି କରିଥିଲେ ଏବଂ ଆଇନ ମନ୍ତ୍ରୀଙ୍କ ଇସ୍ତାପା ଦାବି କରୀ ଦଳରୁ ବହିଷ୍କାର ଓ ଗିରଫ ଦାବି କରି ଆଇନ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିଲେ l ଏହି କlର୍ଯ୍ୟକ୍ରମରେ ଚିକିଟି ପୌରାଞ୍ଚଳ ପ୍ରଭାରୀ ଦେବଦତ୍ତ ପଣ୍ଡା, ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିୟରଞ୍ଜନ ବେହରା, ମହିଳା ନେତ୍ରୀ ପୁଷ୍ପାଞ୍ଜଳି ସେଠି, ନାଗଭୁସନ, ଚିକିଟି ମଣ୍ଡଳ ସଭାପତି ଅନନ୍ତ୍ର ପାଣିଗ୍ରାହୀ ଓ ନୂଆପଡା ଯୁବ ନେତା ପ୍ରଶାନ୍ତ ଜlନୀ ପ୍ରମୁଖ ଯୋଗ ଦେଇଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା