

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କଳାହାଣ୍ଡି ଜିଲ୍ଲାର ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଅପହରଣ ପରେ ଜୀବନ ପୋଡ଼ି ହତ୍ୟା ଘଟଣାରେ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଓ ଗିରଫ ଦାବୀରେ ଆଜି ବିଜେପି ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଏଲ୍ ମୋହନ ଦାସଙ୍କ ନେତୃତ୍ବରେ ଏକ ବିକ୍ଷୋଭ ପ୍ରଦର୍ଶନ ବିଜିପୁର ଛକରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବୀନ ସରକାର ମହିଳାଙ୍କ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ମନ୍ତ୍ରୀ ମିଶ୍ରଙ୍କ ସହଯୋଗୀ ଗୋବିନ୍ଦ ସାହୁଙ୍କ ସିଧାସଳଖ ସଂପୃକ୍ତିରେ ହିଁ ଏହି ଜଘନ୍ୟ କାଣ୍ଡ ଘଟିଛି । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ସହ ଗିରଫ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଯୁବମୋର୍ଚା ସଭାପତି ଏଲ୍ ମୋହନ ଦାସ ଗଣମାଧ୍ୟମକୁ କହିଥିଲେ । ଆଜିର ଆୟାଜିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ପୂର୍ବତନ ସଭାପତି କାହ୍ନୁ ଚରଣ ପତି, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଡ଼. ମଧୁସୂଦନ ସାହୁ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ନ ଗଙ୍ଗଦେବ, ବିଜେପି ବରିଷ୍ଠ ନେତା ମନୋଜ କୁମାର ପଟ୍ଟନାୟକ, ରାମ କୁମାର ପାତ୍ର, ଗଙ୍ଗା ଶତପଥୀ, ସୁବାସିନୀ ପଟ୍ଟନାୟକ, ମଧୁ ସୁଦନ ସାହୁ, ପ୍ରଭାତ କିରଣ ଷଡଙ୍ଗୀ, ଆଙ୍ଗୁଲି ମଣ୍ଡଳ ସଭାପତି ଶିବ ନାୟକ, କିରଣ କୁମାର ସାହୁ, ସୁଜିତ୍ ନାୟକ, କେ ରବି ରାଓ, ଟୁଙ୍ଗରୁ ପାତ୍ର, ସୁମିତ୍ ପାତ୍ର, ଶିବ ଶଙ୍କର ଶତପଥୀ, ରବିନ୍ଦ୍ର ସାହୁ, ସୁଶାନ୍ତ ସାହୁ, ଚନ୍ଦ୍ର ଶେଖର ଦାସ, ଏସ୍ ରାଣୀ ସମେତ ବହୁ ବିଜେପି ନେତା କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

