
ଜଳେଶ୍ୱର (ସମୃଦ୍ଧ ଓଡିଶା) କର୍ତ୍ତବ୍ୟ, ନିଷ୍ଠା. ମାନସିକତା ଓ ଏକାଗ୍ରତା ସହିତ କର୍ମସାଧନ କଲେ ସଫଳତା ମିିଳିଥାଏ । ଏହି ନିତୀରେ ବିଜେପି (ଜନ ସଂଘ) ଏକଦା ୨ଟି ସାଂସଦ ପଦ ମଣ୍ଡନ କରିଥିବା ବେଳେ ଆଜି ଭାରତଭଳି ସର୍ବବୃହତ୍ ଗଣତନ୍ତ୍ରକୁ ଶାସନ କରିପାରୁଛି ବୋଲି ଜଳେଶ୍ୱରସ୍ଥିତ ପାର୍ଟ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସରେ ମତପ୍ରକାଶ ପାଇଛି । ୧୯୫୧ ମସିହା ଅକ୍ଟୋବର ୨୧ ତାରିଖରେ ଜନସଂଘ ପ୍ରତିଷ୍ଠା ହୋଇଥିବା ବେଳେ ୧୯୮୦ ମସିହା ଏପ୍ରିଲ ୬ ତାରିଖରେ ଭାରତୀୟ ଜନତାପାର୍ଟି ଗଠିତ ହୋଇଥିଲା । ଏହାର ପ୍ରଥମ ସଭାପତି ଅଟଳ ବିହାରୀ ବାଜପେୟୀ ତ୍ୟାଗ ଓ ତପସ୍ୟାର ବଳିଦାନର ମହାମନ୍ତ୍ରକୁ ନେଇ ଶୃଙ୍ଖଳା ଓ ସାଂଗଠନୀକ ପ୍ରକ୍ରିୟା ବଳରେ ଆଜି ଦଳ ସର୍ବବୃହତମ ରାଜନୈତିକ ଦଳଭାବେ ଉଭା ହୋଇ ପାରିଛି ବୋଲି ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ କହିଥିଲେ । ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ମଣ୍ଡଳ ସଭାପତି ତପନ ବିଶ୍ୱାଳ, ପ୍ରଣବ ପଣ୍ଡା, ମନୋଜ ସାସମଲ, ପ୍ରତାପ ସେନାପତି, ଅନନ୍ତ ଦାସ, ସିଦ୍ଧେଶ୍ୱର ପଣ୍ଡା, ବରେନ୍ଦ୍ର ପରିଡା, ସିଦ୍ଧାର୍ଥ ଶଂକର ପାଳ, ରାଜେଶ ସାହୁ, ସୁଷମା ଜେନା, ମଂଜୁ ଜେନା, ସଂଯୁକ୍ତ ଜେନା, ରାଜିବ ଘୋଷ, ଅଂଜନ ଦାସ, ସେକ୍ ସୁଲତାନ, ସୁଶାନ୍ତ କୋୟାଲ, କିରଣ ଜେନା, ଅମୂଲ୍ୟ ସେନାପତି, ବଂକବିହାରୀ ଦାସ, ଧନଞ୍ଜୟ ଗିରି, ରଂଜନ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ ।