





ଛତ୍ରପୁର(ସମୃଦ୍ଧଓଡିଶା) ଭାରତୀୟ ଜନତା ପାର୍ଟିର ବିଶାଳ ଶୋଭାଯାତ୍ରା ସହ ସହର ପରିକ୍ରମଣ ସର୍ବସାଧାରଣ ଙ୍କୁ ଚକିତ କରିଦେଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପରିଷଦ ଭବନରେ ଡ଼ଃ.ପ୍ରଦୀପ କୁମାର ପାଣିଗ୍ରାହୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ କୃଷ୍ଣ ଚନ୍ଦ୍ର ନାୟକ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ମଧ୍ୟାହ୍ନରେ ଶ୍ରୀ ପାଣିଗ୍ରାହୀ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ସହ ବ୍ରହ୍ମପୁର କୋର୍ଟପେଟା ଛକ ଠାରୁ ବାହାରି ଛତ୍ରପୁରରେ ପହଞ୍ଚିବା ପରେ ଛତ୍ରପୁର ବିଧାନସଭା ପାର୍ଥି କୃଷ୍ଣଚନ୍ଦ୍ର ନାୟକଙ୍କ ସମର୍ଥକ ମାନେ ଭବ୍ୟ ଡ଼ଃ.ପ୍ରଦୀପ ପାଣିଗ୍ରାହୀ, ଏବଂ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା ଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏହା ପରେ ଉଭୟଙ୍କ ମିଳିତ ଭୋଟ ପ୍ରଚାର ସ୍ୱରୂପ ହଜାର ହଜାର ସମର୍ଥକଙ୍କ ଗହଣରେ ବିରାଟ ପଟୁଆର ବାଇକ ରାଲିରେ ଛତ୍ରପୁର ସହର ପରିକ୍ରମା କରିଥିଲେ । ପାଖାପାଖି ୧୫ ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ରାଲିରେ ସାମିଲ ହୋଇଥିବା ଦେଖିବକୁ ମିଳିଛି । ଛତ୍ରପୁର ପୁତିଗୋପାଳପୁର ଠାରୁ ମଝି-ବଜାର, ବଡ଼ବଜାର ରିକାପଲ୍ଲୀ ଦେଇ ଭାଜପା ଏହି ରାଲି ସହର ପରିକ୍ରମା କରିଥିଲା ଏହି ଅବସରରେ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ,ବିଜେପିର ଦିଗପହଣ୍ଡି ପ୍ରାର୍ଥୀ ଡ଼ଃ.ସିଦ୍ଧାନ୍ତ ମହାପାତ୍ର, କାହ୍ନୁ ଚରଣ ପତି, ଅନିଲ କୁମାର, ଟି ଗପି, ଜଗଦିଶ ବାବୁ,ରୁଇନା ପଟ୍ଟନାୟକ, ସୁନିଲ୍ କୁମାର୍ ସାହୁ,ରାଜିବ ମିଶ୍ର, ବବିତା ପାତ୍ର,ଗୋପାଳପୁର ବିଧାୟକ ପାର୍ଥି ବିଭୁତି ଜେନା, ବରିଷ୍ଠ ନେତା ତଥା ପୂର୍ବତନ ବିଧାନସଭାର ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ,ବରିଷ୍ଠ ନେତା କାମନା ପାଢ଼ୀ,ପୀତବାସ ପଣ୍ଡା, ବ୍ରହ୍ମପୁର ବିଧାନସଭା ପ୍ରଭାରୀ ରାମ ପ୍ରସାଦ ସାମଲ, ଚିନ୍ମୟାନନ୍ଦ ମହାରାଜ,ବରିଷ୍ଠ ନେତା ପ୍ରଶାନ୍ତ ନାୟକ, ବନମାଳି ସେଠୀ,ପଦ୍ମଚରଣ ସାହୁ,ଧର୍ମା ରେଡି, ବ୍ରଜମୋହନ ଆଚାର୍ଯ୍ୟ ପ୍ରମୁଖଙ୍କ ସମେତ ହଜାର ହଜାର ଦଳୀୟ କାର୍ଯ୍ୟକର୍ତ୍ତା, ନେତା କର୍ମୀ ଏବଂ ସମର୍ଥକ ଏହି ବିଶାଳ ରାଲିରେ ଯୋଗଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ପଣ୍ଡା



