ବିଜେପି ଭୁବନେଶ୍ୱର ଜିଲ୍ଲାର ନୂତନ ପଦାଧିକାରୀ

ଭୁବନେଶ୍ୱର ( ଆକାଶ ମିଶ୍ର )-ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆଙ୍କ ଅନୁମୋଦନ କ୍ରମେ ଭୁବନେଶ୍ୱର ସହରର ସର୍ବାଙ୍ଗୀନ ଉନ୍ନତି ତଥା ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ବିକାଶ ଧାରାକୁ ଆଗେଇନେବା ପାଇଁ ଶ୍ରୀ ପ୍ରକାଶ ଶ୍ରୀଚନ୍ଦନ ଓ ଶ୍ରୀ ବିନୟ ରାଉତଙ୍କୁ ଜିଲ୍ଲା ମୁଖ୍ୟ କାର୍ଯ୍ୟକାରୀ କମିଟିର ସଦସ୍ୟ ରୁପେ ମନୋନିତ କରିବା ସହ ରାମଚନ୍ଦ୍ର ରଣସିଂହ ଓ ଉପେନ୍ଦ୍ର ଭଞ୍ଜଙ୍କୁ ଜିଲ୍ଲା ଉପସଭାପତି ରୁପେ ଦାୟିତ୍ୱ ପ୍ରଦାନ କରାଯାଇଅଛି । ଅଂଚଳର ବିକାଶ ଓ ଜନସାଧାରଣଙ୍କ ସୁଖ ସୁବିଧାରେ ଯୋଡି ହେବାପାଇଁ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ନୂତନ ଦାୟିତ୍ୱ ପାଇଥିବା ପଦାଧିକାରୀଙ୍କ ନିକଟରେ ଆଶାବ୍ୟକ୍ତ ପ୍ରକାଶ କରିଛନ୍ତି ବୋଲି ଜିଲ୍ଲା ସାଧାରଣ ସଂପାଦକ ଶୁଶାନ୍ତ କୁମାର ସାବତ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।