ବିଜେପି ରାଜ୍ୟ ନେତୃତ୍ୱ ନିର୍ଲଜ ଓ ବେହିଆ ଅଟନ୍ତି:ପ୍ରତାପ ଜେନା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରତିଶ୍ରୃତି ସମାବେଶକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିବା ସହ ବିଜେପି ନେତୃତ୍ବଙ୍କୁ ନିର୍ଲଜ ଓ ବେହିଆ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ଅଭିଯୋଗ କରିଛି, ଧର୍ମେନ୍ଦ୍ର ହେଉଛନ୍ତି ଅଭ୍ୟାସଗତ ମିଛୁଆ । ୨୦୧୪ରେ ଦେଇଥିବା ପ୍ରତିଶୃତି ପାଳନ ନ କରି ଏବେ ସମାବେଶ କରୁଛନ୍ତି । ପ୍ରଥମେ ଦେଇଥିବା ପ୍ରତିଶ୍ରୃତି କେବେ ପାଳନ କରିବେ ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛି ବିଜେଡି । ଧର୍ମେନ୍ଦ୍ରଙ୍କୁ ୩ଟି ପ୍ରଶ୍ନ ପଚାରିଛି ଦଳ । ଏହା ସହ କେନ୍ଦ୍ରକୁ ପୁଣିଥରେ ଟାର୍ଗେଟ କରିଛି ବିଜେଡି । ସ୍ୱତନ୍ତ୍ର ରାଜ୍ୟପାହ୍ୟା, କୃଷି ଓ ନିଯୁକ୍ତି କ୍ଷେତ୍ରରେ ରାଜ୍ୟକୁ କେନ୍ଦ୍ର ପ୍ରତାରଣା କରିଛି ବୋଲି ଅଭିଯୋଗ ଆଣିଛି ବିଜେଡି । ନିଯୁକ୍ତ କ୍ଷେତ୍ରରେ ପ୍ରତିଶ୍ରୃତି ରକ୍ଷା କରିପାରିନି ବିଜେପି । ବିଭିନ୍ନ କ୍ଷେତ୍ରରେ ବିଜେପିି ପ୍ରତିଶ୍ରୃତି ପ୍ରତାରଣାରେ ପାଲଟିଛି । ସେହିପରି ବ୍ରାହ୍ମଣୀ ବ୍ରିଜ୍ ପ୍ରତିଶ୍ରୁତି ଗଲା କୁଆଡ଼େ ବୋଲି ସଂଜୟ ଦାସବର୍ମା ପ୍ରଶ୍ନ କରିଛନ୍ତି । ୨୦୧୪ ପ୍ରତିଶ୍ରୁତିକୁ ପାଳନ ନକରି ଆଉଥରେ ପ୍ରତିଶ୍ରୃତି ଦେବା ଲଜ୍ଜାଜନକ । ଇସ୍ତାହାରରେ ସ୍ୱତନ୍ତ୍ର ପାହ୍ୟା କଥା ଲେଖାଥିଲା । କିନ୍ତୁ ଏହା ପାଳନ କରାଯାଇନାହିଁ । ରାଜ୍ୟର ଦାବି ସତ୍ତ୍ୱେ ମଧ୍ୟ ଶିଳ୍ପ କରିଡରରେ ଓଡିଶାକୁ ସଂଯୁକ୍ତ କରାଯାଇନି । କେନ୍ଦ୍ର ସରକାର ବାରମ୍ବାର ରାଜ୍ୟକୁ ପ୍ରତାରିତ କରିଆସୁଛନ୍ତି । ନିର୍ବାଚନ ପାଖେଇ ଆସିଲେ କେନ୍ଦ୍ର ଓ ରାଜ୍ୟରେ ବିଜେପି ନେତାମାନେ ରାଜ୍ୟବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । କେବଳ ଭୋଟ୍ ବ୍ୟାଙ୍କ ହାତେଇବା ପାଇଁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ଡଃ ସସ୍ମିତ ପାତ୍ର, ବିଜୟ ନାୟକ ଓ ରାଣପ୍ରତାପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଆକାଶ ମିଶ୍ର