

ପାତ୍ରପୁର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ଆଉ କିଛି ସମୟ ରହିଥିବା ବେଳେ ବିଜେପି ପକ୍ଷରୁ ଚିକିଟି ବିଧାନସଭା ପ୍ରାର୍ଥୀ ମନରଞ୍ଜନ ଦ୍ୟାନ ସାମନ୍ତରା ଏବଂ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁବକ୍ସି ପାତ୍ରଙ୍କ ପାଇଁ ଆଜି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିକିଟି ଗସ୍ତରେ ଆସି ବିରାଟ ବଡ ପଦଯାତ୍ରାରେ ଯାଇ ସାଧାରଣ ସଭାରେ ଏହି ସରକାର ପରିବର୍ତ୍ତନ କରିବାର ସମୟ ଆସିଛି ବୋଲି କହିଥିଲେ ଏବଂ ଆଗାମୀ ଦିନରେ ବିଜେପିକୁ ଭୋଟ ଦେଇ ଚିକିଟି ବାସୀଙ୍କର ସେବା କରିବା ଏବଂ ଚିକିଟିର ବିକାଶ ପାଇଁ କାମ କରିବାକୁ ସୁଯୋଗ ଦିଅନ୍ତୁ ବୋଲି କହିଥିଲେ । ଏଥିରେ ଶତାଧିକ ନେତାମାନେ ଯୋଗ ଦେଇଥିବା ବେଳେ ହଜାର ହଜାର ସାଧାରଣ ଲୋକ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

