ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଗତକାଲି ବିପୁଳ ଭୋଟରେ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ବର୍ଷିୟାନ ନେତା ବିଜେପିର ବରିଷ୍ଠ ନେତା ପୂର୍ବତନ ସଭାପତି ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟି ତାଙ୍କ ଆର୍ଶୀବାଦ ନେଇଛନ୍ତି । ଆଜି ସକାଳେ ଭିନ୍ନ ଭିନ୍ନ ସମୟରେ ଏହି ଦୁଇ ନେତା ଭେଟିଛନ୍ତି । ଉଭୟଙ୍କ ଆଶୀର୍ବାଦ ନେବା ପରେ କିଛି ସମୟ ମୋଦି, ଅମିତ ଶାହ ଦଳର ସଫଳତା ବାବଦରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଆଡଭାନୀଙ୍କୁ ଭେଟିବାର କିଛି ଫଟୋ ସହ ଟ୍ୱିଟ୍ କରି ଆଡଭାନୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଦଳରେ ଆପଣଙ୍କ ଭଳି ବରିଷ୍ଠ ନେତା ଓ ଦଳକୁ ଗଢ଼ିବାରେ ଆପଣଙ୍କ ମାର୍ଗଦର୍ଶନ ଆଜି ବିଜେପିକୁ ଏଭଳି ସ୍ଥିତିରେ ପହଞ୍ଚାଇଛି । ସୂଚନାଯୋଗ୍ୟ ଯେ ଆଡ଼ଭାନୀଙ୍କୁ ଚଳିତ ଥର ଦଳ ଟିକେଟ ଦେଇନଥିଲା ବୟସାଧିକ କାରଣରୁ । ତେବେ ତାଙ୍କ ଗାନ୍ଧିନଗର ଆସନରୁ ବିଜେପି ସଭାପତି ଅମିତ ଶାହ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି । ସେହିପରି ବିଜେପିର ଅନ୍ୟତମ ବରିଷ୍ଠ ନେତା ମୁରଲୀ ମନୋହର ଜୋଶୀଙ୍କୁ ଭେଟିଛନ୍ତି ମୋଦି ଓ ଅମିତ ଶାହ। ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମୁରଲୀ ମନୋହର ଜୋଶୀ ଜଣେ ଜ୍ଞାନୀ, ବିଦ୍ୱାନ ବ୍ୟକ୍ତି । ତାଙ୍କର ପ୍ରଚେଷ୍ଟାରେ ଦେଶର ଶିକ୍ଷା ପଦ୍ଦତିରେ ଅନେକ ପରିବର୍ତ୍ତନ ହୋଇଛି । ଯାହାକି ଦେଶକୁ ଆଗକୁ ନେବାରେ ସହାୟକ ହୋଇଛି । ସୂଚନା ଥାଉ କି ଆଡଭାନୀଙ୍କୁ ଚଳିତଥର ବିଜେପି ବୟସାଧିକ କାରଣରୁ ଟିକେଟ ଦେଇନଥିଲା । ଏହି ଆସନରୁ ବିଜେପି ସଭାପତି ଅମିତ ଶାହ ନିର୍ବାଚନ ଲଢ଼ି ବିଜୟ ହୋଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ ଲୋକସଭା ଆସନ ବାରଣାସୀରୁ ପୂର୍ବରୁ ମୁରଲୀ ମନୋହର ଜୋଶୀ ନିର୍ବାଚନ ଲଢ଼ୁଥିଲେ । ୨୦୧୪ରେ ଏହି ଆସନରେ ଜୋଶୀଙ୍କ ସ୍ଥାନରେ ମୋଦି ପ୍ରାର୍ଥୀ ହୋଇଥିଲେ । ଏଥର ଆଡଭାନୀଙ୍କ ପରି ମୁରଲୀ ମନୋହର ଜୋଶୀଙ୍କ ଟକେଟ କଟିଥିଲା ।