
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଲାଗି ବିଜେପିର ସାଂଗଠନିକ ବୈଠକ ସିଦ୍ଧାର୍ଥ ଶଙ୍କର ପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଖୁସି ପ୍ଲାଜାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ବିଜେପି ନେତା ଯୋଗ ଦେଇ ବିଭିନ୍ନ ପଞ୍ଚାୟତରୁ ଆସିଥିବା କର୍ମୀମାନଙ୍କୁ ନିର୍ବାଚନ ପରିପ୍ରେକ୍ଷୀରେ ଗୁରୁ ମନ୍ତ୍ର ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନୋଜ ସାସମଲ, ଦିବ୍ୟକାନ୍ତ ମହାନ୍ତି, ଅଶୋକ ପରିଡା, ବାଣିଦାସ ମହାପାତ୍ର, ନବକୃଷ୍ଣ ଦାସ, ଜ୍ୟେତିର୍ମୟ ନନ୍ଦ, ଅଭିଜିତ୍ ପ୍ରଧାନ, ପ୍ରଣବ ପଣ୍ଡା, ତପନ ବିଶ୍ୱାଳ, ନିତ୍ୟାନନ୍ଦ ଦାସ, ମାନସ ଦାସମହାପାତ୍ର, ସଂଜିବ ରାଉତ, ବିଦ୍ୟାଧର ବେହେରା, ଅଜୟ ଦାସ, ଅତ୍ୟୁତ ମହାନ୍ତି, ଜଗଦିଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି ପରିଡା