ବିଜେପିରେ ଧିରେ ଧିରେ କନ୍ଦଳ ଆରମ୍ଭ : ସୁନିତୀ ମୁଣ୍ଡଙ୍କ ସ୍ୱରକୁ ଚାପି ଦେବାକୁ ପ୍ରୟାସ

ଭୁବନେଶ୍ବର(ସମୃଦ୍ଧଓଡିଶା) ବିଜେପିରେ ଧିରେ ଧିରେ କନ୍ଦଳ ଆରମ୍ଭ ହୋଇଯାଇଛି । ସୁନିତୀ ମୁଣ୍ଡଙ୍କ ସ୍ୱରକୁ ଚାପି ଦେବାକୁ ପ୍ରୟାସ ବିଜେପିକୁ ମହଙ୍ଗା ପଡିବ ବୋଲି ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଭାଜପାରୁ ନିଲମ୍ବିତ ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ମଙ୍ଗଳବାର ପାର୍ଟି ଅଫିସ ଆସିଥିବା ବେଳେ ତାଙ୍କୁ ଧକ୍କା ମାରି ଘଉଡ଼ାଇ ଦେଇଛନ୍ତି ମହିଳା ନେତ୍ରୀ । ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମହିଳା କର୍ମୀମାନେ ତାଙ୍କୁ ବିରୋଧ କରି ଘଉଡ଼ାଇଥିବା ସୂଚନା ମିଳିଛି। ନିକଟରେ ତାଙ୍କୁ ଦଳରୁ ନିଲମ୍ବନ ହେବା ସତ୍ତ୍ୱେ ପାର୍ଟି ଅଫିସକୁ ଆସିଥିବା ବେଳେ ଏପରି ଅଭାବନୀୟ ପରିସ୍ଥିତିର ସାମ୍ନା କରିଛନ୍ତି ସୁନୀତି। ସେପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ”ମୁଁ ସେମିତି କିଛି ଭୁଲ୍‌ କରିନାହିଁ, ମୁଁ ଦଳରେ ଅଛି, ଏହା ମୋ ଘର” ବୋଲି ସୁନୀତି କହିଛନ୍ତି। ତେବେ ଭାଜପାରୁ ନିଲମ୍ବନ ହେବା ପରେ ଏକ ଗଣାମଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ସୁନୀତି କହିଥିଲେ ରାଜ୍ୟ ଭଜାପରେ କୁଚକ୍ରୀ ଓ ଷଡ଼ଯନ୍ତ୍ରକାରୀ ଅଛନ୍ତି। କେନ୍ଦ୍ରୀୟ ଭାଜପା ଢାଞ୍ଚାରେ ରାଜ୍ୟରେ ଦଳ କାମ କରୁନାହିଁ। ଦଳରେ ପକ୍ଷପାତିତା ଓ ପ୍ରୀୟାପ୍ରୀତିପୋଷଣ ଚାଲିଥିବା ସୁନୀତି କହିଥିଲେ। ଏହା ସହିତ ସେ କହିଛନ୍ତି, ନିଲମ୍ବନର ସତ ଜାଣିବାକୁ ରାଜ୍ୟ ପ୍ରଭାରୀଙ୍କ ପାଖକୁ ଚିଠି ଲେଖିଥିଲି । ବନ୍ତ ଥାନାରେ ହୋଇଥିବା ମାମଲା ଯୋଗୁ କାର୍ଯ୍ୟାନୁଷ୍ଠାନ ହୋଇଥିବା ସଂଗଠନ ସମ୍ପାଦକ ଜଣାଇଛନ୍ତି । ହେଲେ ଥାନାରେ ହୋଇଥିବା ମାମଲା ସମ୍ପୂର୍ଣ୍ଣ ମିଛ ।” ମିଛ ମାମଲାରେ ମୋ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାଜପାର ଏନେକ ଏମପି ଓ ବିଧାୟକଙ୍କ ନାଁରେ ଅନେକ ଏତଲା ରହିଛି । ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ସେ ପ୍ରଶ୍ନ କରିଥିଲେ। ଥାନାରେ ମାମଲା ରୁଜୁ ହେଲେ କଣ ଦଳୀୟ ଶୃଙ୍ଖଳା ଭଙ୍ଗ ହୁଏ ବୋଲି ସୁନୀତି ପ୍ରଶ୍ନ କରିବା ସହ କିଛି କୁଚକ୍ରୀ ତାଙ୍କୁ ଦଳରୁ ବିଦା କରିଥିବା ଅଭିଯୋଗ କରିଛନ୍ତି । ତେଣୁ ନିଲମ୍ବନ ନିଷ୍ପତ୍ତି ବିରୋଧରେ ଦିଲ୍ଲୀରେ କଥା ଉଠାଇବେ ବୋଲି କହିଥିଲେ। ତେବେ ଉଲ୍ଲେଖ ଯୋଗ୍ୟ ଯେ ବିଜେପିର ବରିଷ୍ଟ ନେତ୍ରୀ ସୁନୀତି ମୁଣ୍ଡଙ୍କୁ ବିଜେପିର ନିଲମ୍ବନ ପତ୍ରରେ ୭  ଦିନ ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଥିଲା । ଚିଠିଟି ୩୧ ତାରିଖରେ ଇସ୍ୟୁ ହୋଇଥିଲା । ତେଣୁ ସେ ନିଜ ଉତ୍ତର ଦେବାକୁ ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିଲେ । ସଂଗଠନ ମନ୍ତ୍ରୀ ବିଜେପି ସଦସ୍ୟତା ଡ୍ରାଇଭ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାରୁ ସେ ବିଜେପି କାର୍ଯ୍ୟାଳୟରେ ଅପେକ୍ଷା କଲେ । ଜଣେ ଅଧିକାରୀ ସୂଚନା ଦେଲେ ଯେ, ସଂଗଠନ ମନ୍ତ୍ରୀଙ୍କୁ  ଆଜି ଭେଟି ପାରିବେନି ଏଣୁ କାଲି ଆସନ୍ତୁ । କାର୍ଯ୍ୟକ୍ରମ ସରିବା ପରେ ସେ ବାହାରକୁ ଆସିବା ବେଳେ ମିଡିଆ ତାଙ୍କୁ ଘେରିଗଲେ । ସ୍ୱାଭାବିକ ଭାବେ ସେ କହୁଥିଲେ ଯେ ‘ମୋ ଉପରେ ମିଥ୍ୟା ଅଭିଯୋଗ ହୋଇଛି, ମୁଁ ମୋ ଘରକୁ ଆସିଛି ମୋତେ କଣ ମୋ ଘରକୁ ଆସିବାକୁ ମନା….” ଏତିକି କହିଛନ୍ତି କି ନାହିଁ ବିଜେପି କାର୍ଯ୍ୟାଳୟରୁ କିଛି ବିଜେପି କାର୍ଯ୍ୟକର୍ତ୍ତା ଠେଲାପେଲା କଲେ। ଜଣେ ମହିଳା ପ୍ରତି ବିଜେପିର ଏଭଳି ଅସଦାଚାରଣ ଜନସାଧାରଣଙ୍କୁ ମର୍ମାହତ କରିଛି। ବିଜେପି ଉପରେ ଲୋକଙ୍କର ଆସ୍ଥା ବିଶ୍ବାସ ଉପରେ ଆଘାତ ହୋଇଛି। ସୁନୀତିଙ୍କ କଥାକୁ ଚାପି ଦେବାକୁ ଏଭଳି ବିଶୃଙ୍ଖଳା କାହିଁକି କରାଯାଇ ଥିବା ଜଣା ପଡୁନି ବୋଲି ବୁଦ୍ଧିଜୀବୀ କହିଛନ୍ତି । ସେ ଜଣେ ବିଜେପିର ଶୃଖଳିତ କର୍ମୀ ଏବଂ ତାଙ୍କରି ମଧ୍ୟ ବିଜେପିରେ କିଛି ଦବଦବା ରହିଛି ସେ ଜଣେ ମହିଳା ଦଳ ଭିତରେ ସୁରକ୍ଷିତ ନୁହେଁ କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି ।

ରିପୋର୍ଟ : ରଜତ ମହାପାତ୍ର