

ଛତ୍ରପୁର (ସମୃଦ୍ଧ ଓଡିଶା) ବିଜେପିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ବିଜେପି ନେତାଙ୍କ ନେତୃତ୍ୱରେ ଅନୁପ୍ରାଣୀତ ହୋଇ ବିଭିନ୍ନ ଦଳର ନେତାମାନେ ନିଜ ଦଳ ଛାଡି ବିଜେପିରେ ଯୋଗ ଦେଉଛନ୍ତି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ପ୍ରଶାନ୍ତ କର ବିଜେଡି ତ୍ୟାଗ କରି ନିଜର ବହୁ ସଂଖ୍ୟକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଛତ୍ରପୁର ନିର୍ବାଚନ ପାଇଁ ଆଶାୟୀ ପାର୍ଥୀ ରୂପେ ସେ ବିଜେପିରେ ଯୋଗ ଦେଇଛନ୍ତି । ଏହାସହ ଅବସର ପ୍ରାପ୍ତ କେନ୍ଦ୍ରୀୟ ଶ୍ରମ କମିଶନର ତ୍ରିନାଥ ବେହେରା ମଧ୍ୟ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଛତ୍ରପୁର ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ଏବଂ ସମାଜସେବୀ ରବିନ୍ଦ୍ରନାଥ ପ୍ରଧାନ ଆଜି ବିଜେପିରେ ସାମିଲ ହେବା ସହ ଵିପୁଲିଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୂର୍ଯ୍ୟ ନାହାକ, ସରପଞ୍ଚ ମଲାଡ଼ ବି ଲିଙ୍ଗରାଜ ନ୍ୟାୟବ, ପୂର୍ବତନ ସରପଞ୍ଚ ଆର୍ଯ୍ୟପଲ୍ଲୀ ପବିତ୍ର ଦାସଙ୍କ ପୂର୍ବତନ ସମିତିସଭ୍ୟ ରବୀନ୍ଦ୍ର କୁମାର ସ୍ୱାଇଁ, ରବୀନ୍ଦ୍ର ରାଉଳଙ୍କ ସହ ଶତାଧିକ କର୍ମୀ ବିଜେଡି ଏବଂ କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ସେମାନଙ୍କୁ ଆଜି ଦଳରେ ବିଧିବଦ୍ଧ ଭାବେ ସାମିଲ କରିବା ସହ ସ୍ୱାଗତ କରାଯାଇଛି । ଏହି ମିଶ୍ରଣ ପର୍ବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜିଲ୍ଲା ବିଜେପି ପ୍ରଭାରୀ ଗୋଲଖ ମହାପାତ୍ର ଅଂଶ ଗ୍ରହଣ କରିଛନ୍ତି । ସୂଚନା ଯେ, ପ୍ରଶାନ୍ତ କର ୨୦୧୨ରୁ ୨୦୧୭ ଛତ୍ରପୁର ବ୍ଲକର ଉପାଧ୍ୟକ୍ଷ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


