ବିଜ୍ଞାନ ଠାରୁ ବିଶ୍ୱାସ ଅଧିକ କ୍ରିୟଶୀଳ ହେଉ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକର ଆଦିବାସୀ ଅଧ୍ୟୁସିତ ରାଇବଣିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ସଂଧ୍ୟାରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟର ସଂପାଦକ ଦେବବ୍ରତ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରବିନାରାୟଣ ପାତ୍ର ଯୋଗ ଦେଇ ବିଜ୍ଞାନ ଠାରୁ ବିଶ୍ୱାସ ଅଧିକ ହେଲେ ଜଣେ ନାଗରିକର ରାଷ୍ଟ୍ରପ୍ରିତୀ ବଢିବା ସହିତ ସମାଜରେ ସାକାରତ୍ମକ ଭାବନା ସୃଷ୍ଟି କରିଥାଏ । ସମ୍ମାନୀତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ଅବନୀ ଚାନ୍ଦ, ଶିକ୍ଷାବିତ୍ ସୁକୁମାର ପ୍ରଧାନ, ସମାଜସେବୀ ନାରାୟଣ ଦାସ, ପ୍ରତିଷ୍ଠାତା ଟ୍ରଷ୍ଟି ରମାକାନ୍ତ ସି, ଉପଦେଷ୍ଟା ଶଶାଂକ ଶେଖର ଘୋଷ ପ୍ରମୁଖ ଯୋଗଦେଇ ଅଭିଭାବକ ଓ ବିଦ୍ୟାଳୟମାନଙ୍କ ସହିତ ସମନ୍ନୟ ରହିଲେ ଜଣେ ମେଧାବୀ ଛାତ୍ର ସୃଷ୍ଟି ହେବା ସହିତ ଭଲ ମଣିଷ ସୃଷ୍ଟି ହେବା ସମ୍ଭବନା ଅଧିକ ହୋଇଥାଏ । ବିଭିନ୍ନ ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା