ଭୂବନେଶ୍ବର(ସମୃଦ୍ଧଓଡିଶା) ଆଜି କୃଷି ଭବନ ପ୍ରେକ୍ଷାଳୟରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବିଜ୍ଞାନ ଭିତ୍ତିକ ଆଲୋଚନା ଚକ୍ରରେ ଫିଲିପାଇନ୍ସ, ମାନିଲା ସ୍ଥିତ ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନର ମହାନିର୍ଦ୍ଦେଶିକା ଡଃ ୟୋଭୋନ ପିଣ୍ଟୋ ଧାନ ଗବେଷଣା କ୍ଷେତ୍ରରେ ନୂତନ ଦିଗ ଉପରେ ଆଲୋକପାତ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀ, ଶ୍ରୀମତୀ ପିଣ୍ଟୋଙ୍କୁ ସ୍ଵାଗତ କରିବା ସହ ଏହି ଆଲୋଚନା ଚକ୍ରର ଆଭିମୁଖ ସମ୍ପର୍କରେ ଆଲୋକପାତ କରିଥିଲେ । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଓଡିଶାରେ ଧାନ ଚାଷର ଉତ୍ପତ୍ତି ଏବଂ ଆମ ସଂସ୍କୃତି ସହ ଧାନ ଚାଷର ସମ୍ପର୍କକୁ ବାଖ୍ୟା କରିଥିଲେ । କୋରାପୁଟ ଅଞ୍ଚଳରେ ଧାନର ବିଭିନ୍ନ ପାରମ୍ପରିକ ପ୍ରଜାତିର ଉପସ୍ଥିତି କିପରି ବିଶ୍ଵ ଧାନ ଚାଷ ମାନଚିତ୍ରରେ ଓଡିଶାକୁ ଗର୍ବିତ କରୁଛି ସେ ବିଷୟରେ ମତବ୍ୟକ୍ତ କରିଥିଲେ । ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଓଡିଶାରେ ଏହି ଅନୁଷ୍ଠାନର ଏକ ଗବେଷଣା ଶାଖା ଖୋଲିବାକୁ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଡଃ ପିଣ୍ଟୋ ଓଡିଶା ସରକାରଙ୍କ ସହଯୋଗ ଓ ସହଭାଗିତାରେ ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ ଧାନ ଚାଷ ସହ ଜଡିତ ଅନେକ ସମସ୍ୟାକୁ ଓଡିଶା ଜଳବାୟୁରେ ଗବେଷଣା କରି ତାର ସମାଧାନ ନିର୍ଦ୍ଧାରଣ ଦିଗରେ ପଦକ୍ଷପ ମାନ ନେଇ ପାରୁଥିବାରୁ ରାଜ୍ୟ ସରକାରଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ । ଧାନ ଗବେଷଣା କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନ ସମସ୍ୟା, ପୁଷ୍ଟିକର ଧାନ ପ୍ରଜାତିର ବିକାଶ, ଧାନର ନୂତନ ପ୍ରଜାତିର ସୃଷ୍ଟି ଏବଂ ଧାନର ମୂଲ୍ୟଶୃଙ୍ଖଳର ସୃଷ୍ଟି ସହ ରପ୍ତାନି ଭିତ୍ତିକ ବଜାର ସୃଷ୍ଟି କରି ଧାନ ଚାଷ କ୍ଷେତ୍ରରେ ଓଡିଶାକୁ ଆଗେଇ ନେବାକୁ ପ୍ରତିଶୃତି ଦେଇଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ କହିଥିଲେ ଯେ, ଆମ ରାଜ୍ୟ ବିଜ୍ଞାନ ଭିତ୍ତିକ କୃଷି ରୂପାନ୍ତରରେ ବିଶ୍ଵାସ କରି ଧାନ ଚାଷ ମାଧ୍ୟମରେ ରାଜ୍ୟରୁ କ୍ଷୁଧା, ଦାରିଦ୍ର୍ୟ ଓ କୁପୋଷଣକୁ ଦୂର କରିବା ସହ ଧାନ ଚାଷ ନିମନ୍ତେ ଏକ ସହନଶୀଳ କୃଷି ପରିସଂସ୍ଥାନ ସୃଷ୍ଟି କରିବାରେ ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି ଆଲୋଚନା ଚକ୍ରରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ବିଭାଗୀୟ ବରିଷ୍ଠ ଓ ବୈଷୟିକ ଅଧିକାରୀ, ଓଡିଶା କୃଷି ଓ ବୈଷୟିକ ବିଦ୍ୟାଳୟର ଡିନ ଏବଂ ବୈଜ୍ଞାନିକ ଗଣ ଓ ମିଡିଆ ପ୍ରତିନିଧି ଗଣ ଯୋଗ ଦେଇଥିଲେ । ପରିଶେଷରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଶ୍ରୀ ପ୍ରେମ ଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ରଜତ ମହାପାତ୍ର
Symposium on Science-based Rice Research in Collaboration with International Rice Research Institute and Department of Agriculture & Farmers’ Empowerment. Ready to provide all kinds of support from the government for opening of Research Branch of IRRI: Dy CM K V Singh Deo. Dr. Yvonne Pinto. Director General of International Rice Research Institute, Manila, Philippines, highlighted new directions in the field of rice research in a science- based lecture organized under the chairmanship of Deputy Chief Minister, Minister of Agriculture & Farmers’ Empowerment and Minister of Energy, Shri Kanak Vardhan Singh Deo at Krushi Bhavan Auditorium today. Dr. Arabinda Kumar Padhee, Principal Secretary, Department of Agriculture and Farmers’ Empowerment, welcomed Ms. Pinto and highlighted the approach of the conference. Deputy CM in his speech explained the origin of rice cultivation in Odisha and its relationship with our culture. He expressed his views on how the presence of various traditional varieties of rice such as Kala jeera rice, in the Koraput region is making Odisha proud on the global rice cultivation map. He promised to provide all kinds of help from the government to open a research branch of this institute in Odisha in partnership with the International Rice Research Institute and the state government. Dr. Pinto thanked the state government for being able to research many problems related to rice cultivation in the climate of Odisha and take steps to solve them. In the field of rice research, climate change issues, development of nutritious rice varieties of rice and creation of export oriented market along with creation of rice value chain promised to lead Odisha in the field of rice cultivation. The International Rice Research Institute will play a significant role in eliminating hunger, poverty and malnutrition from the state through rice cultivation and creating a sustainable agricultural environment for rice cultivation by believing in science- based agricultural transformation of the state said by the Principal Secretary Agriculture department Shri Arabinda Kumar Padhee. Director Agriculture Shri Prem Chandra Choudhary, Director Horticulture Shri Nikhil Pawan Kalyan, Dean OUAT, Senior Officials of Agriculture department, and Scientists participated in this knowledge-based discussion. Later a question answer session was held. At the end of session Shri Prem Chandra Choudhary delivered vote of thanks.