ବିଜୟକେତନର ୪ର୍ଥ ବାର୍ଷିକ ଉତ୍ସବ ପାଳନ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଠାରୁ ୪୦ କିଲୋମିଟର ଦୂର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି ସ୍ଥିତ ବିଜୟ କେତନ ଖବର କାର୍ଯ୍ୟାଳୟ ପରିସରରେ ବିଜୟ କେତନର ୪ର୍ଥ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୋଡାମାରି ସ୍ଥିତ ପିଡ଼ବ୍ଲଡି ଆଇଜି ଠାରୁ ଏକ ବିରାଟ ପଟୁଆରରେ ଅତିଥି ମାନଙ୍କୁ ସ୍କୁଲ ପର୍ଯ୍ୟନ୍ତ ଅଣାଯାଇ ସଭାକାର୍ଯ୍ୟ ଅନୁଷ୍ଠିତ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଜୟ କେତନ ଖବର କାଗଜର ସମ୍ପାଦକ ନୃସିଂହ ପ୍ରସାଦ ପାଢ଼ୀ ଅତିଥି ମାନଙ୍କୁ ମଞ୍ଚ ଉପରକୁ ସ୍ୱାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ବିଜୟ କେତନର ପ୍ରତିଷ୍ଠାତା ବିଜୟ କୁମାର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭାରତୀୟ ସେନା ବିଭାଗର କନିଲ ଦେବେନ୍ଦ୍ର ନାଥ ରଥ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ସ୍ଥଳେ ଦୈନିକ ଅନୁପମ ଭାରତର ସମ୍ପାଦକ ଉଦଘାଟନ ରୂପେ ଯୋଗଦାନ କରି ବିଜୟ କେତନ ଖବର କାଗଜର ସ୍ୱତନ୍ତ୍ର ସଂଖ୍ୟାକୁ ଉଦଘାଟନ କରିଥିଲେ । ଏହାସହ ପୂର୍ବତନ ପୋଲିସ ଅଧିକାରୀ ତପନ କୁମାର ପାଢୀ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ଦାସ, ମହେଶ୍ୱର ସ୍ୱାଇଁ, ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ବିଭିନ୍ନ ବକ୍ତାଙ୍କ ଉଦବୋଧନ ପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ବିଜୟ କେତନ ଖବର କାଗଜ ତରଫରୁ ଅନୁଷ୍ଠିତ ହୋଇଥିବା ଚିତ୍ର, ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯାଇଥିବା ତତସଙ୍ଗେ ସଙ୍ଗେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବିଶ୍ୱରଞ୍ଜନ ରାଉତ, ଲଷ୍ମୀକାନ୍ତ ପଟ୍ଟନାୟକ, ସୁବ୍ରତ କୁମାର ପୂଜାରୀ, ଆଶାରାଣୀ ଜେନା, ଶୁଭଲଷ୍ମୀ ପଣ୍ଡା, ପ୍ରଫୁଲ୍ଲ କୁମାର ସାବତ ପ୍ରମୁଖଙ୍କ ସମ୍ମାନପତ୍ର ଉପତ୍ରଙ୍କନ ଦେଇ ସମ୍ମାନିତ କରାଯାଇଥିଲା । ପରିଶେଷରେ ଅନୁଷ୍ଠାନର ସମ୍ପାଦକ ନୃସିଂହ ପ୍ରସାଦ ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲ ପ୍ରତିନିଧି ନିମାଇଁ ଚରଣ ପଣ୍ଡା