

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ କମାପଲ୍ଲୀ ସ୍ଥିତ ହାବିଲଦାର ଓ କନେଷ୍ଟବଲ ଶାଖାସଂଘର କାର୍ଯ୍ୟାଳୟ ଠାରେ ଜିଲ୍ଲାର ସବୁ ଥାନାରୁ ନିମନ୍ତ୍ରିତ ହୋଇଥିବା ସମସ୍ତ ସମର୍ଥଙ୍କ ଗହଣରେ କାଳି ଚରଣ ଷଢଙ୍ଗୀଙ୍କ ଟିମ ଶପଥ ପାଠ ଗ୍ରହଣ କରିଛନ୍ତି l ଏଥିରେ ମୁଖ୍ୟ ଅତିଥି ଭାବେ ହେଡ଼ କ୍ଵାଟର ଡିଏସପି ସ୍ୱରାଜ ଦେବତା, ରିଜର୍ଭ ଇନସପେକ୍ଟର ଦିଲ୍ଲୀପ କୁମାର ବେହେରା, ରହି ଶପଥ ପାଠ ଗ୍ରହଣ କରାଇଛନ୍ତି l ଅନ୍ୟମାନଙ୍କ ଭିତରେ ହାବିଲଦାର ଓ କନେଷ୍ଟବଲ ସଂଘର ସଭାପତି କାଳିଚରଣ ଷଢଙ୍ଗୀ, ଉପ ସଭାପତି ବ୍ରହ୍ମ ନାରାୟଣ ସାମନ୍ତରାୟ, ସମ୍ପାଦକ କେ. ଶ୍ରୀନିବାସ ପାତ୍ର, କୋଷlଦକ୍ଷ କେ. ଅନିଲ ପାତ୍ରଙ୍କ ସମେତ ସଂଘର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଶପଥ ପାଠ ଗ୍ରହଣ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ସଭାପତି ଅଭିମନୁ ଜାଲ୍ଲିଙ୍କ ଟିମ, ୮ଷ୍ଟମ ବାଟାଲିୟନ ସଭାପତି ଅଜିତ କୁମାର ରଥଙ୍କ ଟିମ, ୬ଷ୍ଟ ବାଟାଲିୟନ କଟକର ସଭାପତି ପ୍ରମୋଦ କୁମାର ନାୟକ, କଟକ କମିଶନର ରେଟ ସଭାପତି ଓ କଟକ କମିଶନର ରେଟର ବହୁରୀ ବନ୍ଧୁ ମହାପାତ୍ର, ଢେଙ୍କାନାଳ ସମ୍ପାଦକ, ପିଟିସି ଅନୁଗୁଳର ସଭାପତି, ଅନୁଗୁଳ ଜିଲ୍ଲା ସଭାପତି ଓ ବାବୁ ପଟ୍ଟନାୟକ, ୭ମ ବାଟାଲିୟନ ଭୁବନେଶ୍ୱରର ସମ୍ପାଦକ ଓ ଦୁର୍ଗା ପ୍ରସାଦ ଦାସ, ମହାସଂଘର ପୂର୍ବତନ ସଭାପତି ସନ୍ତୋଷ କୁମାର ଶତପଥୀଙ୍କ ସମେତ ବହୁ ଜିଲ୍ଲାର ସଂଘର ସଭାପତି ଓ ସମ୍ପାଦକ ଉପସ୍ଥିତ ରହିଥିଲେ l
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
