

ବିଜୟୱାଡା (ସମୃଦ୍ଧ ଓଡିଶା) ଆନ୍ଧ୍ରପ୍ରଦେଶର କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ରୋପ୍ୟ ଜୟନ୍ତୀ ପାଳନ ହୋଇଯାଇଛି । ଏଥିରେ ରାଜ୍ୟର ବହୁ ସମ୍ବାଦପତ୍ରର ପ୍ରକାଶକମାନେ ଯୋଗ ଦେଇଥିଲେ । ଏହି ରୋପ୍ୟ ଜୟନ୍ତୀ ଉତ୍ସବରେ ରାଜ୍ୟ ଲୋକ ସମ୍ପର୍କ ବିଭାଗର କମିଶନର ବିଜୟ କୁମାର ରେଡ୍ଡୀ ଯୋଗଦେଇ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡିକୁ କିପରି ବିଜ୍ଞାପନ ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇପାରିବ ସେନେଇ ତାଙ୍କର ଅଭିମତ ପ୍ରକାଶ କରିଥିଲେ । ସରକାରୀ ଉପଦେଷ୍ଠା ସାଜଲ ରାମକ୍ରିଷ୍ଣା ରେଡ୍ଡୀ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ରାମଚନ୍ଦ୍ର ମୂର୍ତ୍ତି ଯୋଗ ଦେଇଥିଲେ । ଏହି ସିଲିଭର ଜୁବୁଲି ଫେଷ୍ଟିଭଲରେ ରାଜ୍ୟର ଅନେକ ଫୋଟ ସାମ୍ବାଦିକ, କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ମାଲିକ ଓ ସାମ୍ବାଦିକ ମାନେ ଅଂଶ ଗ୍ରହଣ କରିଥିଲେ ।


