ବିଦେଶରେ ଉଠିଲା ମଧୁବାବୁଙ୍କ ସ୍ୱର : ଭାରତ ରତ୍ନ ଦାବିରେ ଥାଇଲଣ୍ଡରେ ଦସ୍ତଖତ ଅଭିଯାନ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଜାତୀୟବାଦ ଆନ୍ଦୋଳନ, ଓଡ଼ିଆ ଭାଷାର ସୁରକ୍ଷା ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାଯୋଦ୍ଧାଥିଲେ ବିଶ୍ୱମଣି ଗୋପବନ୍ଧୁ ଦାସ । ସେହିପରି ଓଡ଼ିଆଙ୍କ ଶିଳ୍ପ, କଳା ଭାଷ୍କର୍ଯ୍ୟ ଓ ଐତିହ୍ୟର ସ୍ୱାତନ୍ତ୍ର‌୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଧନିରୁ ଗରିବ ହୋଇଥିବା ବିଶ୍ୱ ଗୌରବ ମଧୁସୂଦନ ଦାସ ଭାଷାଭିର୍ତିକ ରାଜ୍ୟ ବା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣିଥିଲେ । ହେଲେ ଏହି ଦୁହିଁ ମହାପୁରୁଷଙ୍କୁ ଭାରତବର୍ଷରେ ମିଳିନି ଯଥୋଚିତ ସମ୍ମାନ । ମରୋଣତ୍ତର ଭାରତରତ୍ନ ପ୍ରଦାନ ସହିତ ଗୋପବନ୍ଧୁ ଓ ଧୁବାବୁଙ୍କ ପ୍ରତିମୂର୍ତି ସଂସଦ ଭବନ ପରିସରରେ ସ୍ଥାପନା ଓ ଗୋପବନ୍ଧୁ ଓ ମଧୁସୂଦନ ନାମରେ ରେଳ ଗାଡି ଚଲାଇବା ପାଇଁ ଦାବି ଥମିନାହିଁ । ଏନେଇ ଅଲ ଓଡ଼ିଶା ଲୟର୍ସ ଫୋରମର ଏକ ପ୍ରତିନିଧି ମଣ୍ଡଳୀ ବିଦେଶରେ ଦସ୍ତଖତ ସଂଗ୍ରହ କରିଛି । ଥାଇଲଣ୍ଡର ବ୍ୟାଙ୍ଗ୍‌କକ୍ ସହରରେ ସେଠାରେ ଥଇବା ଓଡ଼ିଆଙ୍କ ଦସ୍ତଖତ ସଂଗ୍ରହ କରିଛି । ଗୋପବନ୍ଧୁ ଓ ମଧୁବାବୁଙ୍କୁ ଜାତିର ପିତା ମହାତ୍ମା ଗାନ୍ଧୀ, ଦେଶର ପ୍ରଥମ ରାଷ୍ଟ୍ରପତି ବାବୁ ରାଜେନ୍ଦ୍ର ପ୍ରସାଦ, ଜନସଙ୍ଘ ତଥା ଏବେର ଭାରତୀୟ ଜନତା ଦଳର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଆଦି ବହୁ ବ୍ୟକ୍ତି କିପରି ଜାଣି ଥିଲେ ଓ ସମ୍ମାନ ଦେଉଥିଲେ ସେ ସମ୍ପର୍କରେ ଆଲୋଚନା କରଯିବା ସହ ସ୍ୱାକ୍ଷର ସଂଗ୍ରହ କରାଯାଇଛି । ସେହିପରି ଓଡ଼ିଆ ଭାଷାର ବ୍ୟବହାର ବ୍ୟାପକ କରିବାକୁ ଆଲୋଚନା କରାଯାଇଥିଲା । ଫୋରମର ଆବାହକ ଡ. ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଡ଼ ଚିନ୍ମୟ ନନ୍ଦ ବଡ଼ଜେନା, ଅରୁଣ ପଟ୍ଟନାୟକ, ପ୍ରକାଶ ରଣା, ମାନସ ମଲିକ୍‌, ନବ ସାହୁ ସମେତ ବହୁ ବ୍ୟକ୍ତି ସାମିଲ ହୋଇଥିଲେ । ପ୍ରକାଶ ଥାଉକି, ମଧୁବାବୁଙ୍କୁ ଦେଶରେ ଯଥୋଚିତ ସମ୍ମାନ ପ୍ରଦାନ ଦାବିରେ ଏହା ପୂର୍ବରୁ ୨୦ଟି ବିଭିନ୍ନ ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯିବା ସହ ଆଲୋଚନାଚକ୍ର କରାଯାଇ ମତ ନିଆଯାଇଛି ।

ରିପୋର୍ଟ : ରଜତ ମହାପାତ୍ର