ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା ପରିବାରକୁ ଭେଟି ଆର୍ଥିକ ସହାୟତା ଦେଲେ ପୋଲସରା ବିଧାୟକ…

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ଡିମ୍ବିରିଆ ଗ୍ରାମର ସୂର୍ଯ୍ୟକାନ୍ତ ସାହୁ ବିଦ୍ୟୁତ ଆଘାତରେ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିଥିଲେ । ଏହି ଦୁଃଖଦ ଖବର ପାଇ  ଆଜି ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ସେହି  ଗ୍ରାମକୁ ଯାଇ ତାଙ୍କ ପରିବାରକୁ ଭେଟି  ସମବେଦନା ଜଣାଇବା ସହ  ୧୦ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ ଏବଂ  ବିଜୁପକା ଘର ଯୋଗାଇ ଦେବା ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ। ବିଧାୟକଙ୍କ ସମେତ ସ୍ଥାନୀୟ  ସରପଞ୍ଚ, ସମିତି ସଭ୍ୟ ଓ  ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା