ବିଦ୍ୟୁତ୍ ଆଘାତରେ ଚାଷୀର ମୃତ୍ୟୁ : ସରକାରୀ ସହାୟତା ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅଧିନ ରାୟାଁରାମଚନ୍ଦ୍ରପୁର ଗ୍ରାମର ଭଗବାନ ସାହୁଙ୍କ ପୁତ୍ର ଗୋପାଳ କୃଷ୍ଣ ସାହୁ(୨୮) ଆଜି ଶୁକ୍ରବାର ନିଜ ଘରେ ବିଦ୍ୟୁତ୍ ମରାମତି କରୁଥିବା ସମୟରେ ସଂସ୍ପର୍ଷରେ ଆସି ମୃତ୍ୟୁବରଣ କରିଛନ୍ତି । ଘଟଣାରୁ ପ୍ରକାଶ ବିଦ୍ୟୁତ୍ ସରବରାହ ବନ୍ଦଥିବା ଜାଣି ସେ ମରାମତି କରୁଥିଲେ । ମାତ୍ର ତତ୍‌କ୍ଷଣତ୍ ବିଦ୍ୟୁତ୍ ସରବରାହ ହେବାରୁ ସେ ବିଦ୍ୟୁତ୍ ଆଘାତରେ ତଳେ କଚାଡି ପଡିଥିଲେ । ତୁରନ୍ତ ତାକୁ ଜିକେଭଟ୍ଟର ହସ୍ପିଟାଲକୁ ଅଣା ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଗ୍ରାମରେ ଜଣେ କୃଷି ଶ୍ରମିକ ଭାବେ କାଳାତିପାତ କରି ଆସୁଥିଲେ । ତାଙ୍କ ମୃତ୍ୟୁଖବର ପାଇ ଗ୍ରାମର ବହୁ ଲୋକ ହସ୍‌ପିଟାଲରେ ପହଞ୍ଚିଥିଲେ । ସରପଂଚ ଶୁଭସ୍ମିତା ଦାସ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥକ ସହାୟତା କରିଥିବା ବେଳେ ତାର ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ପଞ୍ଚାୟତର ପ୍ରବୀର କୁମାର ଦାସ, ସମିତି ସଦସ୍ୟ ସଞ୍ଚିତା ସେନାପତି, ମଧୁ ସେନାପତି, ଦେବବ୍ରତ ନନ୍ଦ, ସପନ ଦାସ, ଖଗେନ୍ଦ୍ର ସାହୁ, କାଳିଚରଣ ମାହାନା ପ୍ରମୁଖ ତାଙ୍କ ବିଧବା ପତ୍ନୀ ଓ ୩ ବର୍ଷର କନ୍ୟାକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା

One thought on “ବିଦ୍ୟୁତ୍ ଆଘାତରେ ଚାଷୀର ମୃତ୍ୟୁ : ସରକାରୀ ସହାୟତା ଦାବି…

Comments are closed.