ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୩ ଦିନ ତଳେ କାଳବୈଶାଖର ଦ୍ୱାରା ଜଳେଶ୍ୱର ଅଂଚଳର ବ୍ୟାପକ କ୍ଷତି ଘଟିଥିବା ବେଳେ ଅଦ୍ୟାବଧି ବିଦ୍ୟୁ ତ୍ ସରବରାୟ ହୋଇନଥିବା ଯୋଗୁଁ ଗତକାଲି ପୂର୍ବାହ୍ନରେ ଲକ୍ଷ୍ମଣନାଥ ପଂଚାୟତର କେତେକ ବ୍ୟକ୍ତି ନେସ୍କୋ ଅଫିସ୍ ଆଗରେ ଗଣଧାରଣାରେ ବସିଥିଲେ । ୩ଦିନ ପୂର୍ବରୁ ବିଦ୍ୟୁତ୍ ସରବରାହ ସଂପର୍କରେ କର୍ମକର୍ତ୍ତାଙ୍କଠାରେ ଅଭିଯୋଗ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଗତକାଲି ଲକ୍ଷ୍ମଣନାଥ ସରପଂଚଙ୍କ ପ୍ରତିନିଧି ତଥା ସମାଜସେବୀ ବ୍ରଜଗୋପାଳ ରାଉତ, ସୁଶାନ୍ତ କୁମାର ରାଉଳ ନେତୃତ୍ୱରେ ଜଳେଶ୍ୱର ନେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ବସିଥିଲେ । ୬ଦଫା ଦାବୀରେ ଅଘୋସିତ ବିଦ୍ୟୁତ୍କାଟ, ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ, ଲୋ-ଭଲ୍ଟେଜ୍ ଦୂର କରିବା, ଗୋପ ମହାଜନିଆ ଠାରେ ଥିବା ଅଚଳ ଟ୍ରାନ୍ସଫରମରକୁ ବଦଳ କରିବା, ୩-ଫେଜର ବିଦ୍ୟୁତ୍ ସରବରାହ ବ୍ୟବସ୍ଥା ଇତ୍ୟାଦି ସଂପର୍କରେ ଏହି ଗଣଧାରଣ ଅନୁଷ୍ଠିତ ହୋଇଥଲା । ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀ ହରିଶଚନ୍ଦ୍ର ପଣ୍ଡା ଅବିଳମ୍ବେ ବିଦ୍ୟୁତ୍ ସଂଯୋଗ କରାଇଥିଲେ ଓ ଅନ୍ୟାନ୍ୟ ଦାବୀଗୁଡିକ ପୂରଣ ହେବ ବୋଲି ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡ଼ା