ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଗୁଳି କରି ମାରି ଦେଲେ ନକ୍ସଲ ! ଆସନ୍ତୁ ଦେଖିବା ?

ବିଶାଖାପାଟଣା(ପ୍ରତାପ କୁମାର ପାଢି) : ଆନ୍ଧ୍ରପ୍ରଦେଶରେ ଆଜି ଜଣେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ।ମୃତ ବିଧାୟକ ହେଉଛନ୍ତି ଶାସକ ଟିଡିପିର। ତାଙ୍କ ନାଁ କେ. ସର୍ବେଶ୍ୱର ରାଓ। ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।ସେହିଭଳି ମୃତ ପୂର୍ବତନ ବିଧାୟକ ହେଲେ ଏସ୍‌ ସୋମା। ସେ ବି ଶାସକ ଟିଡିପିର। ତାଙ୍କୁ ବି ଗୁଳି କରି ହତ୍ୟା କରାଯାଇଛି।ବିଶାଖାପାଟଣାଠାରୁ ପ୍ରାୟ ୧୨୫ କିଲୋମିଟର ଦୂର ଥୁଟାଙ୍ଗୀ ଗାଁରେ ଏହି ଘଟଣା ଘଟିଛି।ସେମାନେ ଡୁମୁରିଗୁଡ଼ାରେ ଏକ ବିବାହ ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ଦିନ ପ୍ରାୟ ୧୨ଟା ୧୫ ବେଳେ ଏହି ଘଟଣା ଘଟିଥିଲା।ସିପିଆଇ ମାଓବାଦୀମାନେ ପ୍ରତିଷ୍ଠା ସପ୍ତାହ ପାଳନ କରୁଥିବା ବେଳେ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି।କେ. ସର୍ବେଶ୍ୱର ରାଓ ୱାଇଏସ୍‌ଆର୍‌ସିପି ଟିକେଟ୍‌ରେ ଆରାକୁ ଆସନରୁ ନିର୍ବାଚନ ଲଢ଼ିଥିଲେ। ପରେ ସେ ଟିଡିପିରେ ମିଶିଥିଲେ।ଏହି ଆକ୍ରମଣରେ ୬୦ରୁ ଅଧିକ ନକ୍ସଲ ସାମିଲ ଥିଲେ। ସେମାନଙ୍କ ମଧ୍ୟରେ ମହିଳା ନକ୍ସଲ ମଧ୍ୟ ଥିଲେ।ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁଇ ନେତା ସେମାନଙ୍କ ଗସ୍ତ ବିଷୟରେ ପୁଲିସ୍‌କୁ କୌଣସି ସୂଚନା ଦେଇ ନଥିଲେ। ଯଦିଓ ନକ୍ସଲ ପ୍ରଭାବିତ ଅଞ୍ଚଳକୁ ନ ଯିବାକୁ ପୁଲିସ୍ ପକ୍ଷରୁ ରାଜ୍ୟର ସମସ୍ତ ରାଜନେତାଙ୍କୁ ସତର୍କ କରାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ବକ୍ସାଇଟ୍ ମାଇନିଂକୁ ସର୍ବେଶ୍ୱର ରାଓ ସମର୍ଥନ କରୁଥିବାରୁ ନକ୍ସଲମାନେ ତାଙ୍କୁ ପୂର୍ବରୁ ଧମକ ଦେଇଥିଲେ। ଏପରିକି କିଛି ଦିନ ହେଲା ତାଙ୍କ ଚଳପ୍ରଚଳ ଉପରେ କଡ଼ା ନଜର ରଖିଥିଲେ।ହେଲେ ପଥର କୁଆଁରି କୁ ନେଇ ପୂର୍ବରୁ ନକ୍ସଲଙ୍କ ସହିତ ଆବୁଝାମଣା ଲାଗିରହିଥିବା ବେଳେ ଆଜି ଏହାକୁ ଯେମିତି ହେଲେ ସମାଧାନ କରିବା ପାଇଁ ନକ୍ସଲଙ୍କମାନେ ଜିଦ ଧରି ବସିଥିଲେ ବୋଲି କୁହାଜାଉଛି ।

ଅନ୍ୟପକ୍ଷ୍ୟରେ ଆମ ବିଶାଖାପାଟଣା ସ୍ୱତନ୍ତ୍ର ପ୍ରତିନିଧି କେ. ଶ୍ରୀନିବାସ ଜଣାଇଛନ୍ତି ଯେ ଆନ୍ଧ୍ରର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ଅରୁଖ ନିର୍ବାଚନ ମଣ୍ଡଳୀର ତେଲୁଗୁ ଦେଶମ ପାର୍ଟି ବିଧାୟକ କେ. ସର୍ବେଶର ରାଓ ଓ ପୂର୍ବତନ ବିଧାୟକ ସିବାରୀ ସୋମା ଗ୍ରାମ ଦର୍ଶନ ସାରି ଦିମିରି ଗୁଡା ମଣ୍ଡଳର ଲିପିଟିପୁଟ ଗ୍ରାମରୁ ଫେରୁଥିବା ବେଳେ କିଛି ମାଓବାଦୀ ଓ ତାଙ୍କର ସମର୍ଥକ ବିଧାୟକଙ୍କ ଗାଡିକୁ ଅଟକାଇ ରାସ୍ତା ଉପରେ ଘରାଉ କରିଥିଲେ ଗାଡିରୁ ନିରାପତା ରଖିକୁ ଗାଡିରୁ ଓଲ୍ହାଇ ଦେଇଥିଲେ । ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ AK47 ଡ୍ରାଇଫଲ ବାହାର କରି ଉଭୟଙ୍କୁ ସେଇଠାରେ ହିଁ ଗୁଳି କରି ହତ୍ୟା କରିଥିଲେ ବୋଲି ବିଶାଖାପାଟଣା ପୋଲିସ ଡିଆଇଜି ଚି. ଶ୍ରୀକାନ୍ତ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ଇତି ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଏନ. ଚିନାରାଜପା ଓ ପୋଲିସ ମହାନିର୍ଦେଶକ ହରିଶ କୁମାର ଗୁପତା ଘଟଣା ସ୍ଥାନ ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ନିଉୟୋର୍କ ଗ୍ରସ୍ଥରେ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ବିଶାଖାପାଟଣା ଜିଲ୍ଲାପାଳ ଓ ଏସପିଙ୍କୁ ସବିଶେଷ ବିବରଣୀ ଦେବାକୁ କହିଛି ।ଏପଟେ ବିଧାୟକଙ୍କ ହତ୍ୟା ଖବର ପାଇ ସମର୍ଥକମାନେ ଥାନା ପୋଡା ଜଳା କରିଛନ୍ତି ।


ବିଧାୟକଙ୍କୁ ହତ୍ୟା ପ୍ରତିବାଦରେ ଉତ୍ୟକ୍ତ ଜନତାଙ୍କ ବନ୍ଦପାଳନ