ବିଧାୟକ ରମେଶ ଜେନାଙ୍କ ଦ୍ୱାରା ଗୋକର୍ଣପୁରରେ ଖୋଲିଲା ହାଇକୋର୍ଟ ଆଡ଼ଭୋକେଟ ଚ୍ୟାମ୍ବର

ଗୋକର୍ଣ୍ଣପୁର(ସମୃଦ୍ଧ ଓଡିଶା) ବହୁଦିନରୁ ପ୍ରତିକ୍ଷିତ ହାଇକୋର୍ଟ ଆଡ଼ଭୋକେଟ ଚ୍ୟାମ୍ବର ଆଜି ଉଦଘାଟିତ ହୋଇ ଯାଇଛି I ଗୋକର୍ଣ୍ଣପୁର ଓ ତାର ନିକଟବର୍ତ୍ତୀ ଗ୍ରାମ ଗୁଡିକ ଆଇନ ସହାୟତା ପାଇବା ଦିଗରେ ସମସ୍ୟା ଭୋଗୀ ଆସୁଥିଲେ I ସେଥିପାଇଁ ସେମାନଙ୍କୁ ଦିଗପହଣ୍ଡି ଯିବାକୁ ପଡୁଥିଲା I ଗୋକର୍ଣ୍ଣପୁର ସମସ୍ତ ଆଖପାଖ ଗ୍ରାମର କେନ୍ଦ୍ର ସ୍ଥଳ ହୋଇଥିବାରୁ ଲୋକମାନେ ଏହାର ସୁବିଧା ନେଇ ପାରିବେ I ଆଇନ ସହାୟତା ପାଇଁ ଆଉ ଦୂରକୁ ଯିବାକୁ ପଡିବ ନାହିଁ I ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ଜେନା ଏଠାରେ ଏହି ହାଇକୋର୍ଟ ଆଡଭୋକେଟ ଚ୍ୟାମ୍ବରକୁ ବିଧିଭାବ ଭାବେ ଉଦଘାଟନ କରି କହିଛନ୍ତି ଯେ ଲୋକଙ୍କୁ ସୁବିଧାରେ ଆଇନ ସହାୟତା ଯୋଗାଇବା ଦିଗରେ ଏହା ବିଶେଷ ସହାୟତା ହେବ I ଲୋକଙ୍କୁ ଆଉ ଦୂରକୁ ଯିବାକୁ ପଡିବ ନାହିଁ I ସେହିପରି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଗଞ୍ଜାମ ଜିଲ୍ଳା ଛାତ୍ର କଂଗ୍ରେସ ସଭାପତି ଆଡ଼ଭୋକେଟ ବିକାଶ ଚନ୍ଦ୍ର ପଶୁପାଳକ ଏହି ଶୁଭ ଉଦଘାଟନରେ ଲୋକଙ୍କ ସହଯୋଗ କାମନା କରିଥିଲେ I ମୂଖ୍ୟ ଅତିଥି ବିଧାୟକ ରମେଶ ଚନ୍ଦ୍ର ଜେନା ଗୋକର୍ଣ୍ଣପୁରରେ ପହଞ୍ଚିବା ପରେ ବିରାଟ ଶୋଭାଯାତ୍ରାରେ ଲୋକେ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ I ଏହି ହାଇକୋର୍ଟ ଚ୍ୟାମ୍ବରକୁ ଆଡ଼ଭୋକେଟ ସୁଜିତ କୁମାର ପଟ୍ଟନାୟକ ଓ ଆଡ଼ଭୋକେଟ ସୁମୀତ କୁମାର ପଟ୍ଟନାୟକ ପରିଚାଳନା କରିବେ ବୋଲି ଜଣାପଡିଛି I