ବିଧାୟକ ରମେଶ ଜେନାଙ୍କ ଲୋକ ପ୍ରିୟତାକୁ ନେଇ ସାନଖେମୁଣ୍ଡି ବିଜେଡ଼ିର ଭୟ ?

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମ ଜିଲ୍ଲା ହୋଇଥିବା ଯୋଗୁଁ ଗଞ୍ଜାମର ସବୁ ଆସନରେ ବିଜେଡ଼ି ଜିତିଛି କେବଳ ସାନଖେମୁଣ୍ଡିକୁ ଛାଡ଼ି । ରମେଶ ଚନ୍ଦ୍ର ଜେନାଙ୍କ ଦୃଢ଼ ନେତୃତ୍ୱ, ଲୋକପ୍ରିୟତା,ପରୋପକାରିତା ତଥା ଜନ ସାଧାରଣଙ୍କ ତାଙ୍କ ପ୍ରତି ଥିବା ଆଶୀର୍ବାଦ ଆଗରେ ଶାସକ ଦଳ ହାର ମାନିଛି ବୋଲି କହିଲେ ବି କିଛି ଅତ୍ୟୁକ୍ତି ହେବନାହିଁ। ଗଞ୍ଜାମର କଂଗ୍ରେସ ଦଳର ଏକ ମାତ୍ର ବିଧାୟକ ରମେଶ ଚନ୍ଦ୍ର ଜେନା । ନିଜର ଦୃଢ଼ ନେତୃତ୍ୱ ଏବଂ ଲୋକପ୍ରିୟତା ପାଇଁ ଦଳ ତାଙ୍କୁ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଦାଇତ୍ଵ ମଧ୍ୟ ପ୍ରଦାନ କରିଛି । ଏସବୁ ଦେଖି ସାନଖେମୁଣ୍ଡି ବିଜେଡ଼ି ଭୟରେ ଥରିଲାଣି ବୋଲି ମଧ୍ୟ ସାଧାରଣ ଜନତା ଫୁସୂର୍ ଫାସର୍ ହେଉଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରକଳ୍ପ ଉନ୍ମୋଚନ ହେଉ କିମ୍ବା କୌଣସି ସରକାରୀ ପ୍ରକଳ୍ପର ଉଦଘାଟନ ହେଉ କେତେଟା ଛାଡ଼ିଦେଲେ ଆଉ ବାକି କେତେଟା ରେ ବିଧାୟକ ରମେଶ ଜେନାଙ୍କୁ ଡକା ଯାଉ ନାହିଁ କି ବିଧାୟକ ହୋଇଥିଲେ ସୁଦ୍ଧା ଫଳକରେ ବିଧାୟକଙ୍କ ନାମ ରଖାଯାଉ ନାହିଁ ।ଏହି ଅଗଣାତାନ୍ତ୍ରିକ ଯୋଜନା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦେଉଛି । ଫଳକରେ ନାମ ନ ଲେଖିବା ବିଶେଷତଃ ଧରାକୋଟ ବ୍ଲକ ପରିସରରେ ଦେଖିବାକୁ ମିଳୁଛି । କାରଣ ସେଠାରେ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଶାସକ ଦଳର ଏବଂ ସେ ହେଉଛନ୍ତି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ସୂପୁତ୍ରୀ । କିନ୍ତୁ ଏମାନେ ଲୋକଙ୍କ ଦୃଷ୍ଟିକୁ ଭ୍ରମିତ କରିବାକୁ ଚେଷ୍ଟା କଲେ ବି ବିଧାୟକ କିନ୍ତୁ ଲୋକଙ୍କ ମନରେ ରାଜ୍ କରୁଛନ୍ତି ଯାହା କି ଲୋକଙ୍କ କଥାରୁ ପ୍ରମାଣିତ । ଏପଟେ ଗଞ୍ଜାମ ଜିଲ୍ଲାର ସବୁ ଆଡ଼େ ବିଜେଡ଼ିର ଗୋଷ୍ଠୀ କନ୍ଦଳ ଲାଗିଥିବା ବେଳେ ସାନଖେମୁଣ୍ଡି ବି ଏଥିରୁ ବର୍ତିନି। ଏହି ଗୋଷ୍ଠୀ କନ୍ଦଳ ତୀବ୍ର ବେଗରେ ବଢ଼ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ନିଜ ଦଳକୁ ଏମାନେ ପ୍ରଥମେ ସଯାଡ଼ିବେ ନା କଂଗ୍ରେସକୁ ବିରୋଧ କରି ଚାଲିବେ ତାହା ବର୍ତମାନ ଜନସାଧାରଣଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ? କେବଳ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ବିରୋଧ କରି ନତୁବା ଭୟ କରି ଏହି ଗୋଷ୍ଠୀ କନ୍ଦଳ ନା ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ପାଇବାକୁ ନେଇ ଗୋଷ୍ଠୀ କନ୍ଦଳ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯଦି ବିଧାୟକଙ୍କୁ ବିରୋଧ କରି ଗୋଷ୍ଠୀ କନ୍ଦଳ ତାହେଲେ ଏଥିରୁ ଅନୁମେୟ ଯେ ରମେଶ ଜେନାଙ୍କ ଲୋକପ୍ରିୟତା ଏତେ ଯେ ବିରୋଧୀ ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି ଯଦି ଏହି ଗୋଷ୍ଠୀ କନ୍ଦଳ ଟିକେଟ ପାଇଁ ତାହେଲେ ସାନଖେମୁଣ୍ଡି ବିଜେଡ଼ି ପାଇଁ ୨୦୨୪ ସାଧାରଣ ନିର୍ବାଚନ ଏକ ଅଗ୍ନିପରୀକ୍ଷା ହେବ ।

Report: ଆଡ଼ଭୋକେଟ ସୁମିତ କୁମାର ପଟ୍ଟନାୟକ