ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ବିଘ୍ନ ବିନାଶକ ଗଣେଶଙ୍କ ପୂଜା । ଏହି ଅବସରରେ ବେଶ ଧୂମଧାମରେ ଚାରିଆଡ଼େ ଗଣେଶଙ୍କ ପୂଜାର୍ଚ୍ଚନା ହେବା କଥା କିନ୍ତୁ କରୋନା କଟକଣା ଯୋଗୁଁ ଏହା କେବଳ ଘରେ ଘରେ ପାଳିତ ହେଉଥିବା ବେଳେ ମନ୍ଦିର ମାନଙ୍କରେ ବିନା ଭକ୍ତରେ ପୂଜାର୍ଚ୍ଚନା କରାଯାଇଛି । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତଥା ରଣ୍ଢା ପଞ୍ଚାୟତ ଅନ୍ତର୍ଗତ ପଞ୍ଚମାଠାରେ ଥିବା ସିଦ୍ଧ ବିନାୟକ ପିଠରେ ମଧ୍ୟ ପ୍ରଶାସନିକ କଟକଣା ଯୋଗୁଁ କେବଳ ପୂଜାରୀଙ୍କ ଦ୍ୱାରା ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ଭୋର ୪ଟାରେ ମନ୍ଦିର ପହଡ଼ ଖୋଲାଯିବା ସହ ପୂଜକଙ୍କ ଦ୍ୱାରା ରୀତିକାନ୍ତି କରାଯାଇ ପାଞ୍ଚଟା ୩୦ମିନଟରେ ମନ୍ଦିର ବନ୍ଦ କରାଯାଇ ମୁଖ୍ୟ ତାଲା ପକାଇ ଦିଆଯାଇଥିଲା । ଦକ୍ଷିଣ ଓଡିଶା ତଥା ଆନ୍ଧ୍ର ସୀମାନ୍ତରେ ପଞ୍ଚମା ଗ୍ରାମରେ ସିଦ୍ଧ ବିନାୟକ ପୀଠ ଅବସ୍ଥିତ । ବହୁ ପୁରାତନ କାଳରୁ ଏହି ପୀଠରେ ଗଣେଶ ଚତୁର୍ଥୀ ଧୁମଧାମରେ ପାଳନ କରାଯାଉଥିଲା । କିନ୍ତୁ ଏହି ବର୍ଷ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ପୂଜା ଅର୍ଚ୍ଚନା କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା