ବିପତ୍ତି ସମୟରେ ଏକ ଅସହାୟ ପରିବାରକୁ ସହାୟତା ପ୍ରଦାନ କଲା ‘ସମ୍ଭାବନା ଚାରିଟେବଲ ଟ୍ରଷ୍ଟ’…

ଛତ୍ରପୁର (ସମୃଦ୍ଧ ଓଡିଶା) ସଂପ୍ରତି କରୋନା ମହାମାରୀ ସମୟରେ ଏକ ଅସହାୟ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ସମ୍ଭାବନା ଚାରିଟେବଲ ଟ୍ରଷ୍ଟ, ପଣସପଦା l ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମଠ ପାଟଣା ଗ୍ରାମର ଭୀମସେନ ସାହୁଙ୍କ ପରିବାରର କାହାଣୀ l ଭୀମସେନ ଦୀର୍ଘ ଦିନ ହେବ ଏକ ଅଜଣା ରୋଗରେ ପିଡୀତ ଥିବାବେଳେ ତାଙ୍କ ପୁଅ ମଧ୍ୟ ଅଲସରରେ ପିଡୀତ ହୋଇ ଚିକିତ୍ସିତ ହେଉଛନ୍ତି l ଘରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ବାପା ଓ ପୁଅ ଅଚଳ l ସାଙ୍ଗକୁ କରୋନା ପରିସ୍ଥିତି l ବାପା ଭୀମସେନ ମୁଣ୍ଡ ଉପରେ ଏକ ଭିନ୍ନକ୍ଷମ ଝିଅର ଭାର, ଝିଅଟି ଅଧାରୁ ପାଠ ପଢ଼ା ଛାଡି ଦେଇଥିବା ବେଳେ ତାର ଭତ୍ତା ଟଙ୍କାରେ ଏବେ ଘର ଚଳୁଛି l ଏଭଳି ପରିସ୍ଥିତିରେ ଖବର ପାଇ ସମ୍ଭାବନା ଚାରିଟେବଲ ଟ୍ରଷ୍ଟ, ପଣସପଦା ଏକ ଚାରି ଜଣିଆ ଦଳ ଭୀମସେନଙ୍କ ଘରେ ପହଞ୍ଚି ତାଙ୍କୁ କିଛି ରାସନ ସାମଗ୍ରୀ ଦେବା ସହ ତାଙ୍କ ଝିଅକୁ ପାଠ ପଢ଼ାଇବା ପାଇଁ ସହାୟତାର ହାତ ବଢ଼ାଇଛନ୍ତି l ଟ୍ରଷ୍ଟର ସଭାପତି ପ୍ଲାବନ ଦଳାଇ, ଉପସଭାପତି ମନୋରଞ୍ଜନ ପଲାଇ ଓ ସଂପାଦକ ଗୌତମ ପ୍ରଧାନଙ୍କ ନେତୃତ୍ୱରେ ସଂଯୋଜକ ଆଶିଷ କୁମାର ସ୍ୱାଇଁ ଉପଦେଷ୍ଟା ଚନ୍ଦ୍ରମଣି ସାହୁ ଓ ସତ୍ୟପ୍ରିୟ ସୁଆର ପ୍ରମୁଖ ମଠପାଟଣା ଯାଇ ତାଙ୍କ ପରିବାରକୁ ଆଶ୍ୱାସନା ଦେଇଛନ୍ତି ବୋଲି ଜଣାପଡିଛି l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା