ବିପଦଜନକ ଅବସ୍ଥାରେ ଯାତାୟାତ କରୁଛନ୍ତି ଜନସାଧାରଣ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ସହରାଞ୍ଚଳ ଭିତରେ ଭାରିଯାନ ଚଳାଚଳ ଯୋଗୁଁ ଭୁଶୁଡି ପଡିଛି କଲଭଟ୍ଟ । ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ସାହିବାସୀ । ସଂକୀର୍ଣ୍ଣ ରାସ୍ତା ଦେଇ ଯାଆସ କରିବା ପାଇଁ ବାଧ୍ୟ ହେଉଛନ୍ତି ଅଞ୍ଚଳବାସିନ୍ଦା । କଲଭର୍ଟଟି ଦଦରା ଅବସ୍ଥାରେ ରହିଥିବାରୁ ଉକ୍ତ ରାସ୍ତା ଅତିକ୍ରମ କରିବାକୁ ଭୟ ଲାଗୁଛି । ରାୟଗଡା ପୌରାଞ୍ଚଳ ଅନ୍ତର୍ଗତ ଗୌତମନଗରଠାରୁ ରିଙ୍ଗରୋଡ ଯାଏଁ ରାସ୍ତାରେ ଦେଖାଦେଇଛି ଏଭଳି ଅବସ୍ଥା । ଉକ୍ତ ରାସ୍ତାଟି ୨୦୧୪-୧୫ ବର୍ଷରେ ନିର୍ମାଣ ହୋଇଥିବା ବେଳେ ୪ବର୍ଷ ମଧ୍ୟରେ ରାସ୍ତାରେ କଲର୍ଭଟ ଭାଙ୍ଗିଯିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ଅଞ୍ଚଳରେ ଶିକ୍ଷନୁଷ୍ଠାନ ରହିଥିବାରୁ ଉକ୍ତ ରାସ୍ତାଦେଇ ପ୍ରତ୍ୟେକ ଦିନ ଛତ୍ରଛାତ୍ରୀ ଯାଆସ କରୁଛନ୍ତି । ଏହି ସ୍ଥାନରେ କୌଣସି ଅପ୍ରିତିକର ଘଟଣା ଘଟେ କିଏ ଦାୟୀ ରହିବେ ବୋଲି ସେ ନେଇ ଅଞ୍ଚଳରେ ପ୍ରଶ୍ନ ଉଙ୍କି ମାରିଛି । ସମ୍ପ୍ରତ୍ତି ଏ ସଂକ୍ରାନ୍ତରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସଚ୍ଚିତାନନ୍ଦ ସତପଥୀଙ୍କୁ ପ୍ରତିକ୍ରିୟା ପଚାରିବାରୁ ଉକ୍ତ ରାସ୍ତାରେ ଭାରିଯାନ ଯିବା ପାଇଁ ଅନୁମତି ନାହିଁ । ଏହାକୁ ଅଣଦେଖା କରି ଭାରିଯାନ ଚାଳକ ଉକ୍ତ ରାସ୍ତା ଦେଇ ଯାଇଥିବାରୁ କଲଭଟ୍ଟଟି ଭାଙ୍ଗିଛି । ଏହି କଲଭଟ୍ଟକୁ ପରିଦର୍ଶନ କରି ବୈଶୟିକ ଦଳ ଏହାର ନିର୍ମାଣ ନିମିତ ଅଟକଳ ଆକଳନ କରିଛନ୍ତି । ଖୁବଶୀଘ୍ର ଏହାକୁ ନୂତନ ରୂପେ ନିର୍ମାଣ କରାଯିବା ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସତପଥି ସୂଚନା ଦେଇଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ