










ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟରେ ଭାରତୀୟ ଜନତା ପାର୍ଟି ସପକ୍ଷରେ ହାଓବା ସରଗରମ ହେଉଥିବାବେଳେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ଘୋଷିତ ହୋଇଥିବା ବିଧାନ ସଭା ପ୍ରାର୍ଥୀ ଯୁବ ନେତା ପ୍ରଶାନ୍ତ କର ବହୁ ଆଡମ୍ବର ସହକାରେ ବିପୁଳ ଜନସମାବେଶରେ ସ୍ଥାନୀୟ ଅପରବସଷ୍ଟାଣ୍ଡ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଗୁଣଗାନ କରି ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଛତ୍ରପୁର ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ତଥା ଦଳିତ ନେତା ପ୍ରଶାନ୍ତ କର ନିଜର ପ୍ରାର୍ଥୀ ପତ୍ର ଛତ୍ରପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣି ଅଫିସର ପ୍ରିୟ ରଂଜନ ପୃଷ୍ଟିଙ୍କ ନିକଟରେ ଦାଖଲ କରିବା ପରେ ଦୁର୍ନୀତି ଗ୍ରସ୍ତ ବିଜେଡି ସରକାରକୁ ଓଡିଶାରୁ ହଟାଇବାକୁ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ ଏକ ମାତ୍ର ବିକଳ୍ପ ବୋଲି ଉଚ୍ଚ ସ୍ୱରରେ ସ୍ଲୋଗାନ ଦେଇଥିବା ବେଳେ ଦେଶକୁ ରକ୍ଷ୍ୟା କରିବାକୁ ହେଲେ ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଥିଲେ । ସେଇଥିପାଇଁ ଛତ୍ରପୁର ବୁଦ୍ଧିଜୀବୀ ସାଧାରଣ ଜନତା ଏହାକୁ ବିଚାର କରି ବଜେପି ପ୍ରାର୍ଥୀକୁ ବିପୁଳ ଭୋଟରେ ବିଜୟ କରିବାକୁ ଅନୁରୋଧ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହାସହ ଭୃଙ୍ଗବକ୍ସି ପାତ୍ର ମଧ୍ୟ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




