

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଅଧୀନସ୍ଥ ଅନୁଗୁର ପଞ୍ଚାୟତ କଟାମା ଗ୍ରାମର ପ୍ରାୟ ୧୦୫ ଏକର ଜମିରେ ୨ଲକ୍ଷ ୧୦ହଜାର ଲଗା ଯାଇଥିବା ଗଞ୍ଜେଇ ଚାଷ ଗଛକୁ ଅବକାରୀ ପୋଲିସ, ବନ ବିଭାଗ ଓ ରାଜସ୍ୱ ବିଭାଗ ମିଳିତ ସହଯୋଗରେ ଚଢ଼ାଉ କରି ଶୁକ୍ରବାର ଦିନ ନଷ୍ଟ କରାଯାଇଛି ଏବଂ ଥାନାରେ ୧୪୭/୨୧ ମାମଲା ରୁଜୁ କରିଛନ୍ତି । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୧ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହି ଚଢ଼ାଉ ସମୟରେ ଆର୍ ଉଦୟଗିରି ଧାନା ଅଧିକାରି ରବୀନ୍ଦ୍ର ପଣ୍ଡା, ଏସଆଇ ହେମନ୍ତ କୁମାର ସେଠୀ, ମୁକେଶ ଲାକରା, ତହସିଦର୍ ନାରାୟଣ ବେହେରା, ସମ୍ବଲପୁର ଆର୍ ଆଇ ସୁଶାନ୍ତ କୁମାର ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା