
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବଡବଜାର ଥାନା ଅନ୍ତର୍ଗତ ବାଲାଜୀ ପେଣ୍ଠ ଅଞ୍ଚଳରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ପୋଲିସ ପକ୍ଷରୁ ଚଢଉ କରାଯାଇ ବିପୁଳ ପରିମାଣରେ ସ୍ପିରିଟ ସହ ମଦ ଜବତ କରାଯିବ ସହ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଏକ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଆଜି ସବଇନିସପେକ୍ଟର ବିଶ୍ୱଜିତ ଦାଶଙ୍କ ନେତ୍ତୃତ୍ୱରେ ଏକ ଟିମ୍ ବଡବଜାର ଥାନା ଅନ୍ତର୍ଗତ ବାଲାଜୀ ପେଣ୍ଠ ସାହିରେ ଚାଲିଥିବା ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ାଉ କରି ବିପୁଳ ପରିମାଣରେ ସ୍ପିରିଟ ସହ ମଦ ଜବତ କରିଥିଲେ । ଏହାସହ ଅବକାରୀ ପୋଲିସ ୫୦୦ ଲିଟର ସ୍ପିରିଟ ଓ ୫ହଜାର ବିଭିନ୍ନ ନାମିଦାମୀ ବିଦେଶୀ ମଦ କମ୍ପାନୀର ଷ୍ଟିକର ଏବଂ ନକଲି ବିଦେଶୀ ମଦ ଗୋଟିଏ ପେଢ଼ି ଜବତ ସହ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ବିଶ୍ୱନାଥ ସାହୁ (୫୦) ବୋଲି ଜଣାଯାଇଛି । ଏନେଇ ଥାନା କେଶ ନଂ ୬୩/୨୧ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଗୋଇଲୁଣ୍ଡି ଅବକାରୀ ଗୁଇନ୍ଦା ବିଭାଗ ଏ. ଏସ. ଆଇ ବିଶ୍ୱଜିତ ଦାସ ସୂଚନା ଦେଇଛନ୍ତି ।