ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଣିଦାଗ୍ରାମରେ ଜନ୍ମିତ ବିପ୍ଳବୀ ବାମପନ୍ଥୀ ଚାଷୀମୂଲିଆର ନେତା ଗଣନାଥ ପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସର୍ବଦଳୀୟ ଶୋକସଭା ନିଜ ଗାଁ ବାଣିଦାଠାରେ ଆଜି ସାମାଜିକ ଦୂରତା ରକ୍ଷା କରି ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଧନଞ୍ଜୟ ମହାପାତ୍ର ସଭାପତିତ୍ୱ କରି ଗଣନାଥ ପାତ୍ରଙ୍କ ଜୀବନ ସଂଗ୍ରାମ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅଶ୍ୱିନୀ ପାତ୍ର, ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚାନ୍ଦ, ଦିଲ୍ଲିପ କୁମାର ଗିରି, ସିତାଂଶୁ ସେନାପତି, ମାନସ ଜେନା, ଅନନ୍ତ ମହାନ୍ତି, ଶଶାଂକ ମହାନ୍ତି, ଭବତାରଣ ପରିଡା, ପ୍ରଦୀପ ଦାସ, ରବିନ୍ଦ୍ର ଜେନା, ପ୍ରଦୀପ ମହାନ୍ତି, ଦିପ୍ତିମାନ ଆଚାର୍ଯ୍ୟ, ଜିତାଂଶୁ ନନ୍ଦୀ, ନଗେନ୍ ମହାପାତ୍ର, ପ୍ରବିର ମହାନ୍ତି, ହରେନ୍ଦ୍ର ପାତ୍ର, ଉମାଶଂକର ମହାପାତ୍ର, ବ୍ରଜସୁନ୍ଦର ଦାସ, ବିଭୁତି ମହାପାତ୍ର, ତ୍ରିଲୋଚନ ନାୟକ ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । ଶେଷରେ ସନ୍ତୋଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା