ବିବାହ ବନ୍ଧନରେ ବାନ୍ଧି ହେଲେ ୨କିନ୍ନର…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଛତ୍ରପୁରର ଦୁଇ କିନ୍ନର ୨ଜଣ ଯୁବକଙ୍କୁ ଗତକାଲି ବୈଦିକ ରୀତିନୀତିରେ ଏକ ମନ୍ଦିରରେ ବିବାହ କରିଛନ୍ତି । ଯୁବକଙ୍କ ପରିବାର ପକ୍ଷରୁ ସମର୍ଥନ ନ ମିଳିବା ସତ୍ତ୍ଵେ ୨ଜଣ କିନ୍ନରଙ୍କୁ ବିବାହ କରିଲେ 
୨ ଜଣ ଯୁବକ । କିନ୍ନର କୁମକୁମ ଓ ବର୍ଷା ଦିର୍ଘ ବର୍ଷ ଧରି ସନ୍ତୋଷ ଓ ବାଦଲଙ୍କୁ ଭଲ ପାଉଥିଲେ । ଏହି ମିଳାମିଶାକୁ ନେଇ ପରିବାର ପକ୍ଷରୁ ବାରଣ କରାଯାଉଥିଲା । ଏହା ସତ୍ୱେ ଉଭୟଙ୍କ ଭଲ ପାଇବା ଆଗରେ ସମସ୍ତେ ହାରିଯାଇଛନ୍ତି । ଶେଷରେ କିନ୍ନର ସୁଶୀଳଙ୍କ ନେତୃତ୍ୱ ନେଇ ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତ ରାମଚଣ୍ଡି ମନ୍ଦିରରେ ଉଭୟଙ୍କ ବିବାହ କରିଯାଇଛି । ବିବାହ ଉତ୍ସବରେ ୨ଯୁବକଙ୍କ ପରିବାର ପକ୍ଷରୁ କୌଣସି ସଦସ୍ୟ ସାମିଲ ହୋଇନାହାନ୍ତି । କିନ୍ନରଙ୍କ ବିବାହ ଅବସରେ ଭୋଜି ଆୟୋଜନ ମଧ୍ୟ ହୋଇଥିଲା । ବ୍ରହ୍ମପୁର ସମେତ ଆଖପାଖର ବହୁ କିନ୍ନର ବିବାହ ଉତ୍ସବରେ ସାମିଲ ହୋଇ ଉଭୟଙ୍କୁ ଆଶୀର୍ବାଦ ଦେବା ସହ ସମାଜ ପାଇଁ ଏହି ୨ ଜଣ କିନ୍ନର ଉଦାହରଣ ସାଜିଛନ୍ତି ବୋଲି କୁହାଯାଉଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା