ବିବାହିତା ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା : ଝିଅକୁ ନେଲେ ଛଡାଇ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପରିଷଦର ପୂର୍ବତନ କାଉନ୍ସିଲର ତଥା ଶାନ୍ତିଆ ନିବାସୀ ୰ ଅଶ୍ୱିନି କୁମାର ନାଗଙ୍କ ପୁତ୍ରବଧୂ ପୁଷ୍ପାଞ୍ଜଳି ନାଗଙ୍କୁ ଅଧିକ ଯୌତୁକ ଦାବିରେ ନିର୍ଯ୍ୟାତନା ଦେଇ ଆସୁଥିବା ବେଳେ ନିକଟରେ ସ୍ୱାମୀ ଓ ତାଙ୍କ ପରିବାର ଲୋକେ ଘରୁ ତଡି ଦେଇଛନ୍ତି । ଝିଅ ରାଣିକୁ ଛଡାଇ ନେଇଥିବାରୁ ପାଗଳିନୀ ପ୍ରାୟ ପୁଷ୍ପାଞ୍ଜଳି ଫେରାଇ ଦେବାକୁ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛି । ୨୦୧୩ ମସିହାରେ ପୁଷ୍ପାଞ୍ଜଳି ସହିତ ଅଶ୍ୱିନୀଙ୍କ ପୁତ୍ର ଜିତେନ୍ଦ୍ର ସହିତ ବୈଦିକ ରିତିରେ ସମସ୍ତ ଜାନିଯଉତୁକ ସହିତ ବିବାହ ସମ୍ପନ୍ନ ହୋଇଥିଲା । ପରବର୍ତ୍ତୀ ସମୟରେ ୩-୯-୧୪ରେ ଏକ କନ୍ୟା ସନ୍ତାନ ରାଣୀ ଜନ୍ମ ହୋଇଥିଲା । ଅଧିକ ୧ ଲକ୍ଷ ଟଙ୍କା ଯୌତୁକ ପାଇଁ ସ୍ୱାମୀ, ଦେଉର, ଜା ଓ ଶାଶୁ ନିର୍ଯ୍ୟାତନା ଦେଇ ଆସୁଥିବା ବେଳେ ବିଷ ଦେଇ ମାରିଦେବାର ଚେଷ୍ଟା କରିଥିବା ସେ ଅଭିଯୋଗ କରିଛନ୍ତି । ଗତ ୧୭-୧୧-୧୯ରେ ରାତି ପ୍ରାୟ ୯ଟା ସମୟରେ ପୁଷ୍ପାଞ୍ଜଳିର ହାତଗୋଡ ବାନ୍ଧି ନିସ୍କୁ ମାଡଦେଇ ତାର ଝିଅକୁ ଛଡାଇନେଇ ଘରୁ ବାହାର କରିଦେଇଥିଲେ । ତାତୁ ନ୍ୟାୟ ଦେବାପାଇଁ ପୁଷ୍ପାଞ୍ଜଳି ଜଳେଶ୍ୱର ଥାନାରେ ଏକ ଅଭିଯୋଗ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା