ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ହିଞ୍ଜିଳିକାଟୁ ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ, ରେ ୧୨ ତାରିଖ ରବିବାର ଦିନ ମହାନ୍ ରାଷ୍ଟ୍ରଦୂତ ବିଶ୍ୱବିଜୟୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ସହିତ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ଏବଂ ଏନ୍ ସି ସି ର ଯବାନ ମାନେ ଯୋଗଦାନ କରିଥିଲେ। ଏହି ଅବସରରେ ମହଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଅରୁଣ କୁମାର ଖାଡ଼ଙ୍ଗା ସଭାପତିତ୍ବ କରି ଯୁବଶକ୍ତି ମାନଙ୍କୁ ସ୍ବାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତ ବର୍ଷର ପ୍ରଗତି ପଥରେ ନିଜର ବଳିଷ୍ଠ ଅବଦାନ ରଖିବା ନିମନ୍ତେ ଆହ୍ବାନ ଦେଇଥିଲେ। ଏହା ସହିତ ମୁଖ୍ୟଅତିଥି ରୂପେ ଅଧ୍ୟାପକ ଡ଼. ପ୍ରଦୀପ କୁମାର ନନ୍ଦ ଯୋଗଦାନ କରି ଯୁବଶକ୍ତିକୁ ଜାଗ୍ରତ ହୋଇ ସୁସ୍ଥ ସମାଜ ଗଠନ ଦିଗରେ ଅଗ୍ରସର ହେବା ନିମନ୍ତେ ଉଦବୋଧନ ଦେଇଥିଲେ। ଅଧ୍ୟାପକ ଶ୍ରୀଜୟ ସାହୁ ଓ ରାଜେନ୍ଦ୍ର ସ୍ୱାଇଁ ନିଜର ବକ୍ତବ୍ୟ ମାଧ୍ୟମରେ ପିଲାମାନଙ୍କୁ ଜାଗ୍ରତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସାଇଲକ୍ଷ୍ମୀ ଅମ୍ବାତି ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଅନିଲ୍ ପାତ୍ର ସ୍ୱାମୀଜୀଙ୍କ ଜୀବନ ଆଦର୍ଶର ମୂଳ ମନ୍ତ୍ର “ମାନବ ସେବାହିଁ ମାଧବ ସେବା ଏବଂ ଉଠ ଜାଗ୍ରତ ହୁଅ ଲକ୍ଷ ପ୍ରାପ୍ତି ପର୍ଯ୍ୟନ୍ତ ନିଜ କର୍ତ୍ତବ୍ୟ ପଥରେ ଅଗ୍ରସର ହୁଅ” ଯୁବଶକ୍ତିଙ୍କୁ ଆହ୍ୱାନ ବାର୍ତ୍ତା ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏତଦବ୍ୟତୀତ ସଭାକାର୍ଯ୍ୟର ପରବର୍ତ୍ତୀ ସମୟରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ ତର୍କବିତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଯାହାର ବିଷୟ ଥିଲା “ଏକବିଂଶ ଶତାବ୍ଦୀର ତୃତୀୟ ଦଶକରେ ଯୁବଶକ୍ତି କେତେଦୂର ସକ୍ରିୟ” । ଏହି ପ୍ରତିଯୋଗିତାର ବିଚାରକ ଭାବେ ରାଜନୀତି ବିଜ୍ଞାନର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଶ୍ରୀଜୟ ସାହୁ , ଅଧ୍ୟାପକ ବଂଶୀଧର ଗୌଡ ଏବଂ ଇଂରାଜୀ ବିଭାଗର ଅଧ୍ୟାପକ ମନୋରଞ୍ଜନ ସାହୁ ଯୋଗଦାନ କରିଥିଲେ। ଏହି ତର୍କ ବିତର୍କ ପ୍ରତିଯୋଗିତାରେ କାହ୍ନୁ ଚରଣ ପାତ୍ର ପ୍ରଥମ ସ୍ଥାନ, ସୁବ୍ରତ କୁମାର ସାହୁ ଦ୍ଵିତୀୟ ସ୍ଥାନ ଏବଂ ଆଶିଷ ମହାରଣା ତୃତୀୟ ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମର ପରିସମାପ୍ତି ପରେ ଜାତୀୟ ସେବା ଯୋଜନାର ଅଧିକାରୀ ଅଧ୍ୟାପକ ଅନିଲ୍ ପାତ୍ର ଓ ଅଧ୍ୟାପକ ଡ.ସୁରଜ ସାହୁ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀମାନଙ୍କୁ ନେଇ ଶ୍ରମଦାନ କାର୍ଯ୍ୟ ରୂପେ ମହାବିଦ୍ୟାଳୟରେ “ସ୍ୱଚ୍ଛ ଏବଂ ପ୍ଲାଷ୍ଟିକ ମୁକ୍ତ ପରିସର” କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ। ଏଥିସହ ମହାବିଦ୍ୟାଳୟର ଛାତ୍ର କୋରା, ପିଣ୍ଟୁ, ରାକେଶ, ଦିନେଶ ଏବଂ ଛାତ୍ରୀ ପାପାନି,ସନ୍ତୋଷୀ, ରାଧା, ମାମଜିନି, ଦୀପ୍ତି, ସୋନାଲି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ରିପୋର୍ଟ:- ରଜତ ପଟ୍ଟନାୟକ