


ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ଗତ କାଲି ପାରଳାଖେମୁଣ୍ଡି ପୈାରପରିଷଦ ଅଧିନରେ ନିର୍ମାଣ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକୁ ଉଦଘାଟନ କରିବା ସହ କିଛି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ । ସାଂସଦ ଗତ କାଲି ସନ୍ଧ୍ୟରେ ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ଏହାପରେ ସେ ନୂତନ ଭାବେ ନିର୍ମିତ ହୋଇଥିବା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ କୋଠାକୁ ଉଦଘାଟନ କରିଥିଲେ। ସ୍ଥାନୀୟ ବସ୍ ଷ୍ଟାଣ୍ଡ ନିକଟରେ ନିର୍ମିତ ସହରର ଗୃହାଣଙ୍କ ଆଶ୍ରୟ ଗୃହର ଉଦଘାଟନ କରିଥିଲେ। କୋର୍ଟ ଛକ ନିକଟରେ ନିମାଣ ହେବାକୁ ଥିବା ଓପେନ ଜିମ୍ ପାଇଁ ଶିଳାନ୍ୟାସ କରିଥିଲେ। ପରେ ବହୁ ପ୍ରତିକ୍ଷିତ ମହାରାଜାଙ୍କ ସମାଧିପୀଠ ଏବଂ ଶିଶୁ ଉଦ୍ୟାନକୁ ଉଦଘାଟନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ସ୍ୱାଧାଦେବୀ ସିଂ, ପୈାରପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ସମେତ ବହୁ ଅଧିକାରୀ ଏବଂ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ।