ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଅର୍ଥାତ ଅକ୍ଟୋବର ୧୪ ଦେଶବ୍ୟାପି ପ୍ରତିବାଦ ଓ ବିକ୍ଷୋଭ ଅବସରରେ ଗଞ୍ଜାମ ଜିଲ୍ଳାର ବ୍ରହ୍ମପୁର ସ୍ଥିତ କାମାପଲ୍ଲୀ ଠାରେ ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ସରକାରୀ ନିୟନ୍ତ୍ରିତ ମଣ୍ଡି ବ୍ୟବସ୍ଥାକୁ ସୁଦୃଢ କରାଯାଉ, ଧାନ କୁଇଣ୍ଟାଲ ପିଛା ୩୦୦୦/ଟଙ୍କା ଦିଆଯାଉ, ଡ଼. ସ୍ୱମୀନାଥନ ଜାତୀୟ କୃଷକ କମିଶନ-୨୦୦୬ ସୁପାରିଶ ଅନୁଯାଇ ସମସ୍ତ କୃଷି ଯାତାଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ MSP ପ୍ରଦାନ କରାଯାଉ ବୋଲି ଦାବି କରାଯାଇଥିଲା । ଏହାସହ କେନ୍ଦ୍ର ବିଜେପି ସରକାରର କୃଷି ଓ କୃଷକ ସର୍ବନାଶକାରି କର୍ପୋରେଟ ସପକ୍ଷବାଦୀ କୃଷି ଆଇନର ତୀଵ୍ର ପ୍ରତିବାଦ କରାଯାଇଥିଲା । ଆଜିର ଏ ପ୍ରତିବାଦ କାର୍ଯ୍ୟକ୍ରମରେ ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଳା ସଭାପତି ଗୋପାଳ ପାଣିଗ୍ରାହୀ, ସମ୍ପାଦକ ପି. ହରିକୃଷ୍ଣ ରେଡି, ସଂଗଠନ ସମ୍ପାଦକ ବସନ୍ତ ନନ୍ଦ, ବିଜୟ ବିଷୋୟୀ, ବାବୁଲି ନାୟକ, ମଙ୍ଗୁଲୁ ଡାକୁଆ, ଶ୍ୟାମ ବେହେରା, ଏ ଆଇ କେ ଏସ ର ଜିଲ୍ଳା ନେତା ନୀଳକଣ୍ଠ ଦାସ, ଦୁର୍ୟୋଧନ ନାହାକ, ଗୁରୁଦେବ ବେହେରା, ମୁନା ପାତ୍ର ଓ ଏ ଆଇ କେ ଏ ମ ଏସ ଜିଲ୍ଲା ନେତା ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ଲଡ଼ୁ କିଶୋର ଡାକୁଆ, ନାରାୟଣ ବିଶୋଇ ପ୍ରମୁଖ ନେତୃତ୍ୱ ନେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା