

ଛତ୍ରପୁର (ସମୃଦ୍ଧ ଓଡିଶା) ବସ୍ ମାଲିକ ସଂଘ ପକ୍ଷରୁ ଛତ୍ରପୁର ଜିଲ୍ଲାପାଳ ଓ ଏସପିଙ୍କ କାର୍ଯ୍ୟାଳୟରେ ଆଜି ବିଭିନ୍ନ ସମସ୍ୟାର ସମାଧାନ କରିବା ନିମନ୍ତେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ବିଭିନ୍ନ ଦାବି ନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଛତ୍ରପୁରରେ ଆର ଟି ଅ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ୨୦୧୯ ନିର୍ବାଚନ ପାଇଁ ଜିଲ୍ଲାର ୧୫୦ରୁ ଉର୍ଦ୍ଧ୍ଵ ବସ୍ ନିୟୋଜିତ ହୋଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରାପ୍ୟ ମିଳିନାହିଁ । ରାସ୍ତାରେ ଯାତ୍ରୀବାହି ବସ୍ ଜାତାୟତ କରୁଥିବା ବେଳେ ଯାତ୍ରୀବାହି ଅଟ ରଖି ବେଆଇନ ଭାବେ ଯାତ୍ରୀ ପରିବହନ କରୁଥିବା ନେଇ ବସ୍ ମାଲିକ ସଂଘ ପକ୍ଷରୁ ଅଭିଯୋଗ କରି ଏହାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ଏହାସହ ନୁଆ ବସ୍ ପରିମିଟ ମିଳିନଥିବା ଫଳରେ ସେମାନେ ବସ୍ ଚଳାଚଳ କହିପାରୁ ନାହାନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

