ବିଭିନ୍ନ ଦାବି ନେଇ ଧର୍ମଘଟରେ ସାମିଲ୍ ହେଲେ ଆନ୍ଧ୍ରବ୍ୟାଙ୍କ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଭିନ୍ନ ଦାବି ନେଇ ରାଷ୍ଟ୍ରାୟତ ବ୍ୟାଙ୍କ ଅଧିକାରୀମାନେ ଧର୍ମଘଟକୁ ଓହ୍ଲାଇଛନ୍ତି । ଏହି ଧର୍ମଘଟରେ ସର୍ବଭାରତୀୟ ବ୍ୟାଙ୍କ ଅଧିକାରୀ ମହାସଂଘର ଡ଼ାକରାରେ ଦେଶର ୩ ଲକ୍ଷ ୨୦ ହଜାର ବ୍ୟାଙ୍କ ଅଧିକାରୀ ଅଂଶ ଗ୍ରହଣ କରିଛନ୍ତି । ଏଥିରେ ଆନ୍ଧ୍ରବ୍ୟାଙ୍କର ଅଧିକାରୀମାନେ ମଧ୍ୟ ସାମିଲ୍ ହୋଇଛନ୍ତି । ଆଜି ସ୍ଥାନୀୟ ଟାଟାବେଞ୍ଚ ଛକ ନିକଟସ୍ଥ ଆନ୍ଧ୍ରବ୍ୟାଙ୍କ ମୁଖ୍ୟଶାଖା ସମ୍ମୁଖରେ ବ୍ୟାଙ୍କ ଅଧିକାରୀମାନେ ସଂଘର ବିଭିନ୍ନ ଦାବି ଯଥା ଅବସର ପ୍ରାପ୍ତ ଅଧିକାରୀଙ୍କ ପାରିବାରିକ ପେନସନ୍ ବୃଦ୍ଧି, ସମସ୍ତ ଅଫିସର୍ଙ୍କୁ ବେତନ ସମ୍ବନ୍ଧୀୟ ରାଜିନାମାରେ ଅନ୍ତର୍ଭୂକ୍ତ କରିବା, ନିର୍ଦ୍ଧିଷ୍ଟ ସମୟସୀମାରେ କାମ କରିବା, ଅନାଦେୟ ଋଣ ଆଦାୟ, ଦରମାର ସଂଶୋଧନକୁ ତ୍ୱରାନ୍ୱିତ କରିବା ଦାବି ସହ ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ଅଧିକାରୀମାନେ ଧର୍ମଘଟରେ ବସି ବିଭିନ୍ନ ନାରା ଦେଇଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା