

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଅବସର ପ୍ରାପ୍ତ କର୍ମଚାରୀମାନେ ବିଭିନ୍ନ ଦାବୀ ନେଇ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ମୁଖ୍ୟ ପ୍ରଶାସନିକ ଦ୍ୱାର ନିକଟରେ ଆନ୍ଦୋଳନରେ ବସିଛନ୍ତି । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ମୋଟ ଅବସର ପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ୫୫୦ ଜଣ ରହିଛନ୍ତି । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର କୁଳପତି ଅବସର ପ୍ରାପ୍ତ କର୍ମଚାରୀଙ୍କୁ ଲିଖିତ ଆକାରରେ ରାଜ୍ୟ ସରକାର ନିୟମ ଅନୁସାରେ ସବୁ ସୁବିଧା ଯୋଗାଇ ଦେବା ପାଇଁ ଅଫିସକୁ ପତ୍ର ଦେଇଥିଲେ ମଧ୍ୟ ଅବହେଳିତ ଅବସର ପ୍ରାପ୍ତ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ କର୍ମଚାରୀ ୨୦୧୬ ଠାରୁ ଆଜି ପର୍ଯ୍ୟନ୍ତ ଜୁଲାଇ ୨୦୧୯ ହୋଇଗଲାଣି କିନ୍ତୁ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ କୁଳପତି ଦେଇ ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । କିନ୍ତୁ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଅବହେଳିତ ଅବସର ପ୍ରାପ୍ତ କର୍ମଚାରିମାନେ ନିଜର ନ୍ୟାର୍ଯ୍ୟ ଦାବି ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର କୁଳପତି ପୂର୍ଣ୍ଣ ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଡ଼କ୍ଟର କିଶୋର ଚନ୍ଦ୍ର ସାହୁ ଦଳର ମୁଖ୍ୟ ନେତା କହିଛନ୍ତି । ଏହି ଆନ୍ଦୋଳନ ଗତକାଲି ଠାରୁ ଆରମ୍ଭ ହୋଇଛି । ଏହି ଆନ୍ଦୋଳନରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଅବସର ପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ, ସମ୍ପାଦକ ରାଧାଶ୍ୟାମ ପଟ୍ଟନାୟକ ଏବଂ ମୁଖ୍ୟ ନେତା ଡକ୍ଟର କିଶୋର ଚନ୍ଦ୍ର ସାହୁଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ କର୍ମଚାରୀ ଅଂଶ ଗ୍ରହଣ କରିଛନ୍ତି । ସେମାନଙ୍କ ଦାବି ଗୁଡିକ ହେଲା –
୧) ଅବସର ପ୍ରାପ୍ତ କର୍ମଚାରୀମାନଙ୍କ ପିଛିଲା ଦିନର ବକେୟା ଅର୍ଥ ପ୍ରାପ୍ୟ ରାଜ୍ୟ ଉଚ୍ଚ ନ୍ୟାୟାଳୟ ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତୁରତ୍ନ ପ୍ରଦାନ କରାଯାଉ ।
୨) ପରିବର୍ତ୍ତିତ ଲିଭ ଏନକେସମେଣ୍ଟ, ପରିବର୍ତ୍ତିତ ଗ୍ରାଚ୍ୟୁଟି, ପରିବର୍ତ୍ତିତ କସୟୁଟେସନର ତୁରନ୍ତ ପ୍ରଦାନ କରାଯାଉ ।
୩) ପରିବର୍ତ୍ତିତ ପେନସନ ଏବଂ ବକେୟା ପେନସନ ତା ୧.୧.୨୦୧୬ ରିଖରୁ ଆଜି ପର୍ଯ୍ୟନ୍ତ ଦିଆଯାଉ ।
୪) ବର୍ତ୍ତମାନର ପ୍ରଚଳିତ ପ୍ରଥା ଅନୁଯାୟୀ ବିଶ୍ୱ ବିଦ୍ୟାଳୟରୁ ଯେଉଁମାନେ କାର୍ଯ୍ୟରୁ ଅବସର ଗ୍ରହଣ କରୁଛନ୍ତି ସେମାନଙ୍କ ପାଇଁ ଯଦି ଏହା ଲାଗୁ କରାଯାଏ ତେବେ ପୂର୍ବରୁ ଅବସର ନେଇଥିବା କର୍ମଚାରୀମାନଙ୍କ କ୍ଷେତ୍ରରେ ତାହାର ପ୍ରଚଳନ କରାଯାଉ ।
୫) ୭ମ ବେତନ କମିଶନଙ୍କ ନିୟମ ଅନୁଯାୟୀ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ବିଶ୍ୱ ବିଦ୍ୟାଳୟର ଅବସର ପ୍ରାପ୍ତ କର୍ମଚାରୀଙ୍କ କ୍ଷେତ୍ରରେ ତୁରନ୍ତ ଲାଗୁ କରାଯାଉ ।
୬) ଯାହା କିଛି ବକେୟା ଅର୍ଥ ଅବସର ପ୍ରାପ୍ତ କର୍ମଚାରୀଙ୍କ ରହିଛି ତାହା ବିଶ୍ୱ ବିଦ୍ୟାଳୟର କୁଳପତି ତୁରନ୍ତ ନିଜସ୍ଵ ପାଣ୍ଠିରୁ ଭରଣା କରି ପରବର୍ତ୍ତୀ ସମୟରେ ସେହି ଅର୍ଥ ସରକାରଙ୍କ ଠାରୁ ପ୍ରାପ୍ୟ ଆକାରରେ ପାଇଁ ନିଜସ୍ୱ ପାଣ୍ଠିରେ ଭରଣା କରିବେ ।
ରିପୋର୍ଟ : ତ୍ରିନାଥ ବେହେରା




