ବିଭିନ୍ନ ଦାବିନେଇ ଗଞ୍ଜାମ ବ୍ଲକରେ ବିଜେପିର ବ୍ଲକ ଘେରାଉ:ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

ଗଞ୍ଜାମ(ସମୃଦ୍ଧ ଓଡିଶା)ସାରାରାଜ୍ୟରେ ରାଜ୍ୟ ପ୍ରଶାସନ ଅଧିକାରୀ ମାନଙ୍କୁ ସାଧାରଣ କାମପାଇଁ ପିସି ନଦେଲେ କାମ ହେଉନାହିଁ । ମୁଖ୍ୟମନ୍ତ୍ରୀ ପିସି କାରବାରକୁ ବନ୍ଦ କରିବା ପାଇଁ କହିବା ଦିନଠାରୁ ପିସି କାରବାର ଦୃତଗତିରେ ବଢି ଚାଲିଛି । ଅନ୍ୟପକ୍ଷରେ କେନ୍ଦ୍ର ସରକାର ବିଭିନ୍ନ ପ୍ରକଳ୍ପ ପାଇଁ କୋଟିକୋଟି ଟଙ୍କା ଦେଉଥିବା ବେଳେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଅନିୟମତା ଅବଲମ୍ବନ କରି ଲୁଟ କରୁଛନ୍ତି ।ଏଭଳି ଅଭିଯୋଗ କରି ଗଂଜାମ ବ୍ଲକରେ ପଇସା ନଦେଲେ କିଛି କାମ ହେଉନାହିଁ , ତୁରନ୍ତ ଏହି ପିସି କାରବାରକୁ ବନ୍ଦ କରିବାକୁ ଦାବି କରି  ଗତକାଲି ଗଞ୍ଜାମ ବ୍ଲକ ବିଜେପି ପକ୍ଷରୁ ଏକ ବିରାଟ ପଟୁଆରରେ ଗଞ୍ଜାମ ବଜାର ପରିକ୍ରମା କରିଥିଲେ । ଗଞ୍ଜାମ ବ୍ଲକ ରେ ପିସି କାରବାର ବନ୍ଦ, କେନ୍ଦ୍ରୀୟ ଯୋଜନା ଅନିୟମତା, ବାର୍ଦ୍ଧକ୍ୟ ଓ ବିଧବାଭତ୍ତା ହିତାଧିକାରୀ ଠିକରୂପେ ଚୟନ, କୃଷିରୁଣ ଛାଡ଼, ଶୀତଳ ଭଣ୍ଡାର ନିର୍ମାଣ, ମତ୍ସ୍ୟଜୀବୀଙ୍କୁ ଡଙ୍ଗା ଜାଲ ଘର ପ୍ରଦାନ ଆଦି ଦାବିକରି ବିଜେପି କର୍ମୀମାନେ ଗଞ୍ଜାମ ବିଡିଓଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ବିଜେପି ନେତୃମଣ୍ଡଳୀ ଶ୍ରୀଧର ବାଡ଼ତିଆ, ବସନ୍ତ ନାହାକ, ସୁଦାମ ଜେନା, କୀର୍ତନ ଦାଶ, ରଶ୍ମିରଣୀ ମହାପାତ୍ର, କାନକାୟା ରେଡ୍ଡୀ, ପ୍ରଶାନ୍ତ ନାହାକ, ଭୀମସେନ ବେହେରା, କନ୍ତାରୁ ଦଳାଇ, ଧରଣୀଧର ବେହେରା ପ୍ରମୁଖଙ୍କ ସମେତ ଗଂଜାମ ବ୍ଲକର ବହୁ ବିଜେପି କର୍ମୀ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ:ନିମାଇଁ ଚରଣ ପଣ୍ଡା