ବିଭିନ୍ନ ଦାବିରେ ଜଳେଶ୍ଵର କଂଗ୍ରେସ ଆନ୍ଦୋଳନକୁ ଉହ୍ଲାଇବ : ଜୁଲାଇ ୭ରେ ଘଣ୍ଟା ବାଦନ ଓ ଜୁଲାଇ ୧୭ରେ ଦସ୍ତଖତ ଅଭିଯାନ ସହିତ ବିକ୍ଷୋଭ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆସନ୍ତା ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ବ୍ୟାପକ ଆନ୍ଦୋଳନ କାର୍ଯକ୍ରମ ହାତକୁ ନେବାକୁ ଗତକାଲି ଜଳେଶ୍ଵର କଂଗ୍ରେସ ନିଷ୍ପତି ନେଇଛି l ଏହାସହିତ ସମସ୍ତ ଭୂମିହୀନଙ୍କୁ ପଟ୍ଟା, ସମସ୍ତଙ୍କୁ ପକ୍କା ଘର, ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା, ସମସ୍ତ ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ଦେବା ଇତ୍ୟାଦି ଦାବି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ l ଏସବୁ ଦାବିକୁ ନେଇ ଆସନ୍ତା ଜୁଲାଇ ୭ ତାରିଖରେ ବ୍ଲକ ଅଫିସ ସାମ୍ନାରେ ଘଣ୍ଟା ବାଦନ ମାଧ୍ୟମରେ ପ୍ରତିବାଦ କରାଯିବ l ସେହିପରି ଜୁଲାଇ ୮ ତାରିଖରୁ ଜୁଲାଇ ୧୭ ତାରିଖ ଭିତରେ ଜଳେଶ୍ଵର ତହସିଲ ଅଧିନସ୍ଥ ସମସ୍ତ ଆର.ଆଇ.ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ l ଏହାସହିତ ଜୁଲାଇ ୧୭ ତାରିଖରେ ଜଳେଶ୍ଵରରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ସାମ୍ନାରେ ଦସ୍ତଖତ ଅଭିଯାନ ସହିତ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ ହେବା । ଏହି ସମୟରେ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ୧୦ ହଜାର ପରିବାର ସହିତ ପ୍ରତ୍ୟେକ୍ଷ ଯୋଗାଗୋଗ ମଧ୍ୟ କରାଯିବ l ପ୍ରକାଶ ଥାଉକି ଭାରତୀୟ ଜାତୀୟ କଂଗ୍ରେସର ଆହ୍ବାନ ଓ ପ୍ରଦେଶ କଂଗ୍ରସର ନିର୍ଦ୍ଦେଶ କ୍ରମେ ଏହି ନିଷ୍ପତି ନିଆ ଯାଇଛି l ବ୍ଲକ ସଭାପତି ରାଜୀବ ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଜଳେଶ୍ଵରର କଂଗ୍ରେସ ନେତା ତଥା ରାଜ୍ୟ ପ୍ରଭାରୀ ସୁଦର୍ଶନ ଦାସ ଏ ଆଇ.ସି.ସିର ନିର୍ଦ୍ଦେଶ ବିଷୟରେ ପ୍ରାରମ୍ଭିକ ସୂଚନା ଦେଇଥିଲେ l ଅନ୍ୟମାନଙ୍କ ଭିତରେ ଟାଉନ କଂଗ୍ରେସ ସଭାପତି ଗିରିଜା ଶଙ୍କର ଦାସ, କିସାନ କଂଗ୍ରେସ ସଭାପତି ସୁଦାମ ପାତ୍ର, ରାଜ୍ୟ ଯୁବ କଗ୍ରେସ ସମ୍ପାଦକ ସବ୍ୟସାଚୀ ଦାସ, ରାଧାରାଣୀ ପାତ୍ର, ନୟନ ପାଠି, ଗୋପାଳକୃଷ୍ଣ ଜେନା, ଶ୍ରୀକାନ୍ତ ସିଂହ, ରବୀନ୍ଦ୍ର ଦାସ, ସର୍ବେଶ୍ଵର ଦାସ, ମନୋଜ କୁମାର ପରିଡ଼ା, ମଦନ ପାତ୍ର, ସନ୍ଦୀପ ଜେନା, ମନ୍ତୋଷ କମିଳା, ମଞ୍ଜୁଶ୍ରୀ ପଣ୍ଡା, କାବେରୀ ଆଚାର୍ଯ୍ୟ, ଜଗଦୀଶ ନନ୍ଦୀ, ରଞ୍ଜିତ ଗିରି, ଜୟନ୍ତ ଦେ, ବିଭୁଦେନ୍ଦ୍ର ଦେ, ସୁଶାନ୍ତ ଜେନା, ସପନ ଜେନା ପ୍ରମୁଖ ଏହି ବୈଠକରେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ l