ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ସାରା ଦେଶରେ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋୟ ଆସୋସିଏସନ (ଏଆଇବିଭିଏ) ଏବଂ ବ୍ୟାଙ୍କ ଏମ୍ପ୍ଲୋୟ ଫେଡେରେସନ ଅଫ ଇଣ୍ଡିଆ (ବିଇଏଫ ଆଇ) ସଂଘ ପକ୍ଷରୁ ଦିଆଯାଇଥିବା ଦିନିକିଆ ଧର୍ମଘଟ ଡାକରାରେ ଢେଙ୍କାନାଳ ସହରରେ ଥିବା ବ୍ୟାଙ୍କ ଓ ଏଟିଏମ ସେବା ବାଧା ପ୍ରାପ୍ତ ହୋଇଛି । ସରକାରଙ୍କ ବ୍ୟାଙ୍କ ମିଶ୍ରଣ ନିଷ୍ପତ୍ତି, ଘରୋଇକରଣ, ଅତ୍ୟଧିକ ମାତ୍ରାରେ ସେବା ଶୁକ୍ଳ ଓ ଜରିମାନା ଆଦାୟ ଉପଯୁକ୍ତ ପରିମାଣର କର୍ମଚାରୀ ଓ ସର୍ବଷ୍ଟାଙ୍ଗ ନିଯୁକ୍ତିରେ ବୁନବୋଧ ଏନପିଏ ବୃଦ୍ଧି ବିରୋଧରେ ଏ ଧର୍ମଘଟ ଡାକରା ଦିଆଯାଇଛି । ଜନସାଧାରଣ ତଥା ପେନସନ ଭଗୀଙ୍କ ସୁବିଧା ନିମନ୍ତେ ଗ୍ରାମାଞ୍ଚଳରେ ଅଧିକ ଶାଖା ଖୋଲିବା, ଋଣ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ବ୍ୟାଙ୍କ ମିଶ୍ରଣ ବନ୍ଦ କରିବା, ଶୁକ୍ଳ ଓ ଜରିମାନା ଆଦାୟରେ ସମତା ରକ୍ଷା କରିବା ନିମନ୍ତେ ଦାବୀ କରାଯାଇଛି । ଏଥିରେ ସଂଘ ପକ୍ଷରୁ ଢେଙ୍କାନାଳର ବ୍ୟାଙ୍କ କର୍ମଚାରୀ ପ୍ରସନ୍ନ କୁମାର ଜେନା, ବୈକୁଣ୍ଠ ବିହାରୀ ପଣ୍ଡା, ଆଶିଷ କୁମାର ସାମଲ, ସୁବ୍ରତ ବେହେରା, ଅର୍ଚ୍ଚନା ସାହୁ, ସ୍ମରଣିକା ସ୍ୱାଇଁଙ୍କ ସମେତ ବହୁ ବ୍ୟାଙ୍କ କର୍ମଚାରୀ ସାମିଲ ହୋଇଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି