ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବିଧାନସଭା କ୍ଷେତ୍ରର କଂଗ୍ରେସ ଦଳ ପକ୍ଷରୁ ଗତକାଲି ସୁଦର୍ଶନ ଦାସଙ୍କ ଅଧ୍ୟକ୍ଷତାରେ ଏକ ଅନଲାଇନ ମିଟିଙ୍ଗ ଅନୁଷ୍ଠିତ ହୋଇ ସମ୍ପ୍ରତି କରୋନା କାଳରେ ଲୋକଙ୍କ ବିଭିନ୍ନ ସମସ୍ୟା ଗୁଡିକୁ ନେଇ “ଦୃଷ୍ଟି ଆକର୍ଷଣ” ଅଭିଯାନ ଆରମ୍ଭ କରିବାର ନିଷ୍ପତି ହୋଇଛି l ଏଥିରେ ବାଲେଶ୍ୱର ସଂସଦ କ୍ଷେତ୍ରର କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ସମେତ ଜଳେଶ୍ୱର ଓ ବସ୍ତା ଅଂଚଳର ଅନେକ କଂଗ୍ରେସ ନେତା ଏହି ଭର୍ଚୁଆଲ ମିଟିଙ୍ଗ ରେ ଯୋଗ ଦେଇଥିଲେ l ମିଟିଙ୍ଗରେ ନିଷ୍ପତି ଅନୁଯାୟୀ ଡି.କେ.କଲେଜରେ ତୁରନ୍ତ କୋଭିଡ ଯତ୍ନକେନ୍ଦ୍ର ଖୋଲିବା, ଟୀକା ଦାନ କ୍ଷେତ୍ରରେ ଅବ୍ୟବସ୍ଥାକୁ ଦୂର କରିବା, ସରକାରୀ ମଣ୍ଡି ଖୋଲି ତୁରନ୍ତ ଚାଷୀଙ୍କ ଠାରୁ ଧାନ କିଣିବା, ହୁଡ ହୁଡ ଓ ଫାଇଲିନ ସମୟର କ୍ଷତିପୂରଣ ଚାଷଙ୍କୁ ଦେବା, ଚଳିତ କଳବୈଶାଖୀରେ ଚାଷର କ୍ଷିତି ପାଇଁ ଫସଲ ବୀମାର ସୁବିଧା ଦେବା, କାଳିଆ ଯୋଜନାରେ ବାଦ ପଡ଼ିଥିବା ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା, ଚାଉଳ ବାଣ୍ଟିବା ସମୟରେ ଵୟୋମେଟ୍ରିକ ବ୍ୟବହାରକୁ ବନ୍ଦ କରିବା ଇତ୍ୟାଦି ପସଙ୍ଗକୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବା ସହିତ ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବ l ପ୍ରତି ପଞ୍ଚାୟତ ଓ ୱାର୍ଡରେ ଏଥିପାଇଁ ଦସ୍ତଖତ ଅଭିଯାନ କରାଯିବା ସହିତ ଅନଲାଇନରେ ମୁଖ୍ୟମନ୍ତ୍ରୀ, କୃଷି ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ତଥା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ l ଫେସବୁକ, ଟ୍ୱିଟର, ମେଲ ଇତ୍ୟାଦି ଯୋଗେ ପ୍ରତି ପଞ୍ଚାୟତରୁ ଉପର ବର୍ଣିତ ସମସ୍ୟା ସମ୍ବଳିତ ଦାବିପତ୍ର ସେମାନଙ୍କ ପାଖକୁ ବିଭିନ୍ନ ପଞ୍ଚାୟତରୁ ପଠାଯିବ l ଏଥିପ୍ରତି କର୍ଣ୍ଣ ପାତ ନ କଲେ କଂଗ୍ରେସ କୋଭିଡ ନିୟମକୁ ମାନି ଆନ୍ଦୋଳନକୁ ଓହ୍ଲାଇବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି l ସଭା ଆରମ୍ଭରୁ ଜଳେଶ୍ୱରର କୋଭିଡ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ଯୋଗାଇ ଦେଇ ଥିବାରୁ ନବଜ୍ୟୋତି ବାବୁଙ୍କୁ ଧନ୍ୟବାଦ ଜ୍ଞାପନ କରା ଯାଇଥିଲା l ଟୀକାକରଣ ସମୟରେ ଲୋକଙ୍କୁ ସହାୟତା ଦେବା ପାଇଁ ମଧ୍ୟ ମିଟିଙ୍ଗରେ ନିଷ୍ପତି ହୋଇଛି lଏହି ଅନଲାଇନ ମିଟିଙ୍ଗ ରେ ଜଳେଶ୍ୱର ବ୍ଲକ କଂଗ୍ରେସ ସଭାପତି ରାଜୀବ ପରିଡା, ବସ୍ତା ବ୍ଲକ ସଭାପତି ସତ୍ୟନାରାୟଣ ଗୁପ୍ତା, ଟାଉନ ସଭାପତି ଗିରିଜା ଶଙ୍କର ଦାସ, କିଷାନ କଂଗ୍ରେସ ସଭାପତି ସୁଦାମ ପାତ୍ର, ପୂର୍ବତନ କାଉନସିଲର ଜଗଦୀଶ ନନ୍ଦୀ, ସରପଞ୍ଚ ପଦ୍ମଲୋଚନ ଦେହେରା, ସପନ ଜେନା, ଲକ୍ଷ୍ମୀଧର ଗିରି, ହେମନ୍ତ ଗିରି, ରବୀନ୍ଦ୍ର ଭଞ୍ଜ, ଜଗଦୀଶ ଜେନା, ଗୋପାଳ କୃଷ୍ଣ ଜେନା, ଦିନନାଥ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ l