

ଛତ୍ରପୁର (ସମୃଦ୍ଧ ଓଡିଶା) ପରୀ, ସ୍ୱାତୀ, ପିୟୁ, ଆୟୁଷ ଭଳି କୁନି କୁନି ପିଲାମାନଙ୍କ ସହ ହେଉଥିବା ଅମାନବିୟ ଅପହରଣ ଓ ଦୁଷ୍କର୍ମ ପ୍ରତିବାଦରେ ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ତଥା ସମାଜସେବୀ ଛତ୍ରପୁରର ଭାଗିରଥି ବେହେରାଙ୍କ ଅଧ୍ୟକ୍ଷତାରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରୀ ହତ୍ୟା ମାମଲା ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଏବଂ ଦିନକୁ ଦିନ ନାରୀ ନିର୍ଯ୍ୟାତନା, ନାବାଳିକା ଅପହରଣ, ଦୁଷ୍କର୍ମ, ହତ୍ୟା, ଚୋରି ଓ ଡ଼କାୟତି ବୃଦ୍ଧି ପାଉଥିଲେ ମଧ୍ୟ ରାଜ୍ୟ ସରକାର ଏସବୁକୁ ନିୟନ୍ତ୍ରଣ କରିବାରେ ଅକ୍ଷମ ହୋଇଛନ୍ତି ତେଣୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ନିମନ୍ତେ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟଙ୍କୁ ଏକ ପ୍ରତିନିଧି ମଣ୍ଡଳୀ ଭେଟି ପ୍ରଦାନ କରିଛନ୍ତି । ପ୍ରାରମ୍ଭରେ ସ୍ଥାନୀୟ ଅପର ବସଷ୍ଟାଣ୍ଡରୁ ଏକ ବିଶାଳ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରି ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଭାଗିରଥି ବେହେରା, କଂଗ୍ରେସ ଜିଲ୍ଲା ମହିଳା ସଭାନେତ୍ରୀ ସ୍ୱରୁପା ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ଏନ.କ୍ରିଷ୍ଣା ରେଡ୍ଡୀ, ଚିନ୍ମୟ କୁମାର ହୋତା, ଜି.ଏରେୟା, ଗଣପତି ବାରିକ, ଟୁନା ପାତ୍ର, ମହେଶ କୁମାର ଗୌଡ଼, ବଳିଆ ବେହେରା, ସୋମନାଥ ପଣ୍ଡା, ଜି.ପାପା ରାଓ, ଶ୍ରୀନିବାସ, ହୃଷିକେଶ ବେହେରା, ଆଦିତ୍ୟ ଦାସ, ରୁଦ୍ର ମିଶ୍ର, ଗୁରୁଦେବ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା





