ବିଭିନ୍ନ ସମସ୍ୟା ସମାଧାନ ଲାଗି ଜିଲାପାଳଙ୍କୁ ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଉପାନ୍ତ ଜଳେଶ୍ୱରକୁ ପଶ୍ଚିମବଙ୍ଗ ଲାଗିଥିବାରୁ ପ୍ରତିଦିନ ଶହ ଶହ ପ୍ରବାସୀ ତଥା ପଶ୍ଚିମବଙ୍ଗବାସୀ ଆସି ବ୍ୟବସାୟ କରିବା ସହିତ ଚଳପ୍ରଚଳ ହେଉଛନ୍ତି । ଲୁଚିଛପି ଭଡାରେ ରହୁଥିବା ଲୋକମାନଙ୍କୁ ଠାବ କରି ସେମାନଙ୍କର କୋଭିଡ୍ ଟେଷ୍ଟି କରାଇବା, ଟୀକାକରଣ କରାଇବା, ତୁରନ୍ତ ଡିକେକଲେଜ ହଷ୍ଟେଲକୁ କୋଭିଡ୍ କେୟାର ଭାବେ ଖୋଲିବା, ଚାଷୀଙ୍କ ଠାରୁ ଧାନ କିଣିବା, ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା, ପିଡିଏସ୍ ଚାଉଳ ବାଣ୍ଟିବାରେ ବୟୋମେଟ୍ରିକ୍ ମେସି ନ୍‌କୁ ବନ୍ଦ କରିବା, କାଳିଆ ଯୋଜନାରେ ଯୋଗ୍ୟ ହାତିଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା, ଜମିପଟ୍ଟା ନଥିବା ଲୋକଙ୍କୁ ପଟ୍ଟା ସହିତ ଆବାସ ଘର ଯୋଗାଇବାକୁ ଜଳେଶ୍ୱର କଂଗ୍ରେସ ପକ୍ଷରୁ ଏକ ଦାବୀପତ୍ର ବିଡିଓଙ୍କ ଜରିଆରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ରାଜ୍ୟ ପ୍ରବକ୍ତ ସୁଦର୍ଶନ ଦାସ, ରାଜୀବ ପରିଡା, ସବ୍ୟସାଚୀ ଦାସ, ହେମନ୍ତ ଗିରି, ଜଗଦୀଶଚନ୍ଦ୍ର ନନ୍ଦୀ, ସମର ଜେନା, ସନ୍ଦିକ ଜେନା, ସୁଶାନ୍ତ ସେଠୀ, ରତିକାନ୍ତ ପାତ୍ର, ସୁବିର ଜେନା, ଖଗେନ୍ଦ୍ର ଜେନା, ଅରୁଣ ବେହେରା, ମଦନ ମୋହନ ପାତ୍ର ପ୍ରମୁଖ କର୍ମୀ ଉପସ୍ଥିତ ଥିଲେ ।