

ଢେଙ୍କାନାଳ (ସମୃଦ୍ଧ ଓଡିଶା) ନୂତନ ଭାବେ ବିଦ୍ୟୁତ ସରବରାହ କାର୍ଯ୍ୟ ଏନଜେନ୍ ଠାରୁ ଟାଟା କମ୍ପାନୀ ହାତକୁ ନେଇ ଥିବା ବେଳେ ଏନଜେନ କର୍ମଚାରୀଙ୍କ ଛଟେଇ ସମସ୍ୟା ଓ ବାରମ୍ବାର ବିଜୁଳି କାଟ ସହ ବିଭିନ୍ନ ସମସ୍ୟାକୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ କରାଯାଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ବୈଠକ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କରାଯାଇଥିବା ବେଳେ ଢେଙ୍କାନାଳ ସାଂସଦ ମହେଶ ସାହୁ, ଢେଙ୍କାନାଳ ସଦର ବିଧାୟକ ସୁଧୀର କୁମାର ସାମଲ, ଅନୁଗୁଳ, ପାଲଲହଡ଼ା ଓ ହିନ୍ଦୋଳ ବିଧାୟିକାଙ୍କ ପ୍ରତିନିଧି ଯୋଗ ଦେଇଥିଲେ । ଏହି ବୈଠକରେ ଖୁବଶୀଘ୍ର ସମସ୍ତ ସମସ୍ୟା ବିଷୟରେ ଗୃହ ତଥା ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।
ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା
