
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ୪ଟି ପଞ୍ଚାୟତର ୪ଟି ସ୍ଥାନରେ ଉଜ୍ଜଳ ଆଲୋକକୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡଙ୍ଗୀ ଆଜି ଉଦ୍ଘାଟନ କରିଛନ୍ତି । ସାଂସଦ ପାଣ୍ଟିରୁ ପ୍ରତ୍ୟେକ ଆଲୋକ ପାଇଁ ପ୍ରାୟ ୯୦ ହଜାର ଟଙ୍କା ବ୍ୟୟ ହୋଇଥିବା ଜଣାଯାଇଛି । ଶ୍ରୀରାମପୁର ପଞ୍ଚାୟତର ଗୁରୁଦାସପୁର ଛକ, ମହମ୍ମଦନଗରପାଟଣା ପଞ୍ଚାୟତର ସେଖସରାଇ କମିୁନିଟି ସେଣ୍ଟର ପାଖ, କୁଟସାହି ପଞ୍ଚାୟତର ଗୋବର୍ଦ୍ଧନପୁର ବାସୁଳୀମନ୍ଦିର ସମ୍ମୁଖ ଓ ଶିଖରପୁର ପଞ୍ଚାୟତର ବଜାରଶୋଳ ଶିବ ମନ୍ଦିର ନିକଟରେ ଏପରି ଉଜ୍ଜଳ ଆଲୋକ ବ୍ୟବସ୍ଥା କରାଯାଇଥିବାରୁ ସ୍ଥାନୀୟ ଜନସାଧାରଣ ଉତ୍ଫୁଲ୍ଲିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେପି ସଭାପତି ଉମାକାନ୍ତ ମହାପାତ୍ର, ସାଂସଦ ପ୍ରତିନିଧି ସାନ୍ତନୁ ପଟ୍ଟନାୟକ, ପୂର୍ବତନ ନଗରପାଳ ପ୍ରବିର ପ୍ରଧାନ, ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ସୁଧିର ଓଝା, ତନ୍ମୟ ଚାନ୍ଦ, ସରପଞ୍ଚ ଜୟନ୍ତୀ ମହାନ୍ତି, ସମାଜସେବୀ ହରିପଦ ମାନ୍ନା, ବିନୋଦ ମହାନ୍ତି, ଚନ୍ଦ୍ରବିନ୍ଦୁ ଦାସ, ସୁବୋଧ ପଣ୍ଡା, ମଣ୍ଟୁ ତରୁଆଲ, ଅଶୋକ ରଥ, ଅଞ୍ଜନ ଦାସ, ରବିନ୍ଦ୍ର ଦାସ, ବିଶ୍ୱରୂପ ଦାସ, ସରୋଜ ସେନାପତି, ସୌମିତ୍ର ସେନପତି, ସମବିତ ଦାସ, ମନୋରଞ୍ଜନ ନନ୍ଦି, ଚନ୍ଦନ ଦେ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି ପରିଡା
